ଚେନ୍ନାଇ ଟେଷ୍ଟର ଚତୁର୍ଥ ଦିନ, ସଂକଟ ସ୍ଥିତିରେ ବାଂଲାଦେଶ

ନନ୍ଦିଘୋଷ ବ୍ୟୁରୋ : ଚେନ୍ନାଇ ଟେଷ୍ଟର ଆଜି ଚତୁର୍ଥ ଦିନ । ଗତକାଲି ତୃତୀୟ ଦିନରେ ସଂକଟ ସ୍ଥିତିକୁ ଚାଲିଯାଇଛି ଭ୍ରମଣକାରୀ ବାଂଲାଦେଶ । ବାଂଲାଦେଶ ଆଗରେ ୫୧୫ ରନର ବିଶାଳ ବିଜୟ ଲକ୍ଷ୍ଯ ଥିବାବେଳେ ତୃତୀୟ ଦିନ ଶେଷ ସୁଦ୍ଧା ଦଳ ୪ ୱିକେଟ ହରାଇ ମାତ୍ର ୧୫୮ ରନ କରିବାକୁ ସକ୍ଷମ ହୋଇଛି । ଏବେ ଦଳ ଆଗରେ ଆହୁରି ୩୫୭ ରନର ଟାର୍ଗେଟ ରହିଛି। ବାଂଲାଦେଶ ଅଧିନାୟକ ନଜମୁଲ ହୁସେନ୍ ଶାନ୍ତୋ ୪ ଟି ଚୌକା ଓ ୩ ଛକା ସହାୟତାରେ ୬୦ ବଲରେ ୫୧ ରନ କରିଥିବାବେଳେ ସାକିବ ଅଲ ହାସନ ୧୪ ବଲରେ ୫ରନ କରି ଅପରାଜିତ ରହିଛନ୍ତି । ରବିଚନ୍ଦ୍ରନ ଅଶ୍ୱିନ୍ ଭାରତ ପାଇଁ ୩ ୱିକେଟ୍ ନେଇଥିବାବେଳେ ବୁମ୍ରା ଗୋଟିଏ ୱିକେଟ ନେଇଛନ୍ତି । ତୃତୀୟ ଦିନରେ ଭାରତ ୮୧ ରନ୍ ସଂଗ୍ରହ କରି ୨୮୭ ରନ୍ରେ ଇନିଂସ ଘୋଷଣା କରିଥିଲା । ପନ୍ତ ୧୩ ଚୌକା ଓ ଚାରି ଛକା ସହାୟତାରେ ୧୦୯ ଓ ଶୁବମାନ ଗିଲ ୧୦  ଚୌକା ଓ ୪ ଛକା ମାରି ୧୧୯ ରନ୍ ସ୍କୋର କରିଥିଲେ । ଆଜି ଟାର୍ଗେଟ ହାସଲ ପାଇଁ ବାଂଲାଦେଶକୁ ସଂଘର୍ଷ କରିବାକୁ ପଡ଼ିବ । ଏବେ ଭାରତର ବଡ଼ ବିଜୟ ଆଶା ଦୃଢୀଭୂତ ହୋଇଛି ।