ଆଜି ବିଶ୍ବକପରେ ହାଇଭୋଲଟେଜ୍ ମ୍ୟାଚ୍, ମୁହାଁମୁହିଁ ହେବେ ଭାରତ-ବାଂଲାଦେଶ

1 min read

ନୂଆଦିଲ୍ଲୀ : ଆଜି ବିଶ୍ବକପରେ ପୁଣି ହାଇଭୋଲଟେଜ୍ ମ୍ୟାଚ୍ । ମୁହାଁମୁହିଁ ହେବେ ଭାରତ-ବାଂଲାଦେଶ । ପୁଣେରେ ଦିନ ୨ଟାରେ ମ୍ୟାଚ୍ ଖେଳାଯିବ । ଚଳିତ ବିଶ୍ବକପରେ ଏଯାଏ ଭାରତ ଅପରାଜିତ ରହିଛି । ୩ଟି ମ୍ୟାଚ ଖେଳି ବିଜୟ ସହିତ ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି । ସେପଟେ ବାଂଲାଦେଶ ୩ଟିରୁ ଗୋଟିଏ ମ୍ୟାଚ ଜିତିଛି ।

ଆଜି ଭାରତ ମ୍ୟାଚ ଜିତି ଅପରାଜେୟ ଧାରା ବଜାୟ ରଖିବାକୁ ଲକ୍ଷ୍ୟ ରଖିଥିବାବେଳେ ଦ୍ବିତୀୟ ବିଜୟ ଆଶାରେ ରହିଛି ବାଂଲାଦେଶ । ବିଶ୍ବକପରେ ୪ଟି ସଂସ୍କରଣରେ ମାତ୍ର ୪ ଥର ମୁକାବିଲା କରିଛନ୍ତି ଦୁଇ ଭାରତ-ବାଲାଦେଶ । ଭାରତ ୩ଟି ମ୍ୟାଚ ଜିତିଥିବାବେଳେ ବାଂଲାଦେଶ ଗୋଟିଏରେ ବିଜୟ ହାସଲ କରିଛି ।

୨୦୦୭ ବିଶ୍ବକପରେ ଉଭୟ ଦେଶ ମଧ୍ୟରେ ପ୍ରଥମ ମୁକାବିଲା ହୋଇଥିଲା । ଏଥିରେ ବାଂଲାଦେଶ ଭାରତକୁ ୫ ଓ୍ବିକେଟରେ ପରାଜିତ କରିଥିଲା । ପରେ ୨୦୧୧ରେ ଭାରତ ୮୭ ରନରେ ବାଂଲାଦେଶକୁ ହରାଇ ପ୍ରଥମ ପରାଜୟର ପ୍ରତିଶୋଧ ନେଇଥିଲା । ୨୦୧୫ ବିଶ୍ବକପରେ ମଧ୍ୟ ଭାରତ ୧୦୯ ରନରେ ବାଂଲାଦେଶକୁ ପରାସ୍ତ କରିଥିଲା । ବର୍ତ୍ତମାନ ସ୍ଥିତିରେ ଭାରତର ପଲ୍ଲା ଭାରି ରହିଥିବାବେଳେ ବାଂଲାଦେଶ ବିପର୍ଯ୍ୟୟ ସୃଷ୍ଟି କରିବାର ଦକ୍ଷତା ରଖିଛି । ତେଣୁ ଏହି ମ୍ୟାଚ ଉପରେ ସମସ୍ତଙ୍କର ନଜର ରହିଛି ।