ସମ୍ମାନ ରକ୍ଷା କଲା ବିରାଟ ବାହିନୀ,୧୩ ରନରେ ଅଷ୍ଟ୍ରେଲିଆ ପରାସ୍ତ

କାନବେରାଲ: ଦିନିକିଆ ସିରିଜର ଅନ୍ତିମ ମ୍ୟାଚରେ ବିିଜୟ ମୁକୁଟ ପିନ୍ଧିଛି ଟିମ ଇଣ୍ଡିଆ । ୧୩ ରନରେ ବିଦେଶ ମାଟିରେ ଶେଷ ମ୍ୟାଚ ଜିତିଛି ଭାରତୀୟ ଦଳ  ।  ଦିନିକିଆ ସିରଜ ଏକପ୍ରକାର ହାରିଥିବା ବେଳେ ଶେଷ ମ୍ୟାଚରେ ନିଜର ସମ୍ମାନ ବଜାୟ ରଖିଛି ଟିମ ଇଣ୍ଡିଆ । ୫୦ ଓଭର ବିଶିଷ୍ଟ ମ୍ୟାଚରେ ପ୍ରଥମେ ବ୍ୟାଟିଙ୍ଗ କରିଥିଲା ଭ୍ରମଣକାରୀ ଭାରତୀୟ ଦଳ । ୫ ୱିକେଟ ହରାଇ ଟିମ ଇଣ୍ଡିଆ ସଂଗ୍ରହ କରିଥିଲା ୩୦୨ ରନ । ସେପଟେ ଦ୍ୱିତୀୟ ଇଂନିସରେ ବ୍ୟାଟି କରି ଘରୋଇ ଅଷ୍ଟ୍ରେଲିଆ ସମସ୍ତ ୱିକେଟ ହରାଇ କରିଛି ୨୮୯ ରନ ।

 ଦଳକୁ ଉଚ୍ଚା ରନ ଦେବାରେ ସହାୟକ ସାଜିଥିଲେ ଦୁଇ ବ୍ୟାଟ୍ସମ୍ୟାନ ହାର୍ଦ୍ଧିକ ପାଣ୍ଡ୍ୟା ଏବଂ ରବିନ୍ଦ୍ର ଜାଡେଜା । କ୍ୟାପଟେନ କୋହୋଲି ୬୩ ରନ ସଂଗ୍ରହ କରିଥିବାବେଳେ ଶେଷ ପର୍ଯ୍ୟନ୍ତ ନଟଆଉଟ ରହିଥିବା ହାର୍ଦ୍ଧିକ ୯୨ ରନ ଏବଂ ଜାଡେଜା ୬୬ ରନ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଫିଞ୍ଚ୍ ସର୍ବାଧିକ ୮୨ ରନ କରିଥିବାବେଳେ ମ୍ୟାକ୍ସୱେଲ ୫୯ ରନ ସଂଗ୍ରହ କରିଥିଲେ । ପୂର୍ବରୁ ଦୁଇଟି ମ୍ୟାଚ ଘରୋଇ ଅଷ୍ଟ୍ରେଲିଆ ଅକ୍ତିଆର କରିବାରେ ସକ୍ଷମ ହୋଇଥିବା ବେଳେ ଶେଷ ମ୍ୟାଚକୁ ନିଜ ଆଡକୁ ନେଇଛି ଭାରତୀୟ ଦଳ  ।

Leave a Reply