spot_img

Latest Posts

୩ ଶହ ଟପିଲା ଦୈନିକ ମୃତ୍ୟୁ ସଂଖ୍ୟା, ୫୩ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଆତଙ୍କ ଖେଳାଇଛି କରୋନାର ଦ୍ୱିତୀୟ ଲହରୀ। ଗତ ୨୪ ଘଣ୍ଟାରେ ପୁଣିଥରେ  ୫୦ ହଜାର ଟପିଛି ସଂକ୍ରମିତଙ୍କ ସଂଖ୍ୟା । ଗୋଟିଏ ଦିନରେ ଆଉ ୫୩ ହଜାର ୪୮୦ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ୩୫୪ ଜଣଙ୍କ ମୃତ୍ୟୁ ହୋଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ଟ୍ୱିଟ୍ କରି ସୂଚନା ଦେଇଛି।

ସେହିପରି କରୋନାରୁ ଆଉ ଆଉ ୪୧ ହଜାର ୨୮୦ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ତେବେ ଏଥିସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୨୧ ଲକ୍ଷ ୪୯ ହଜାର ୩୩୫ ଛୁଇଥିବା ବେଳେ, ୧ କୋଟି ୧୪ ଲକ୍ଷ ୩୪ହଜାର ୩୦୧ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏବେ ବି  ସାରାଦେଶରେ ୫ ଲକ୍ଷ ୫୨ ହଜାର ୫୬୬ ସକ୍ରିୟ ମାମଲା ରହିଛି। ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୨ ହଜାର ୪୬୮ରେ ପହଞ୍ଚିଛି। ସେପଟେ ଦେଶରେ ଟିକାକରଣ ଜାରି ଥିବା ବେଳେ, ଏବେ ସୁଦ୍ଧା ୬ କୋଟି ୩୦ ଲକ୍ଷ ୫୪ ହଜାର ୩୫୩ ଜଣଙ୍କୁ ଟିକା ଦିଆଯାଇଛି।

Latest Posts

Don't Miss