କୋଭିଡ୍ ଟିକାକରଣରେ ଭାରତର ରେକର୍ଡ, ଭ୍ୟାକ୍ସିନ୍ ନେଲେଣି ୪.୨ କୋଟି ଲୋକ

1 min read
India Records 4.2 Crore Vaccinations Against Covid-19 Ministry Of Health

ନୂଆଦିଲ୍ଲୀ: କରୋନା ଟିକାକରଣରେ ଭାରତର ନୂଆ ରେକର୍ଡ । ଦେଶରେ ଏବେ ଯାଏ ୪.୨ କୋଟି ଲୋକ ଭାରତ ନିର୍ମିତ କୋଭିଡ୍ ଟିକା ନେଇଛନ୍ତି । ବିଗତ ୨୪ ଘଣ୍ଟାରେ ୨୭ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀଙ୍କ ସହ ଆଗଧାଡ଼ିର କର୍ମଚାରୀଙ୍କୁ କୋଭିଡ୍ ଟିକା ଦିଆଯାଇଥିଲା । ଏବେ ୬୦ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ଦିଆଯାଉଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତାଜା ରିପୋର୍ଟ ଅନୁସାରେ, ୬୦ ବର୍ଷରୁ ଅଧିକ ବୟସ୍କ ପାଖାପାଖି ୧ କୋଟି ଲୋକଙ୍କୁ ୧୫ ଦିନ ମଧ୍ୟରେ ଟିକା ଦିଆଯାଇଛି । ଦୁନିଆରେ ବ୍ରିଟେନ୍ ପରେ ଭାରତରେ ଚାଲିଥିବା ଟିକାକରଣ ଗତି ଦ୍ୱିତୀୟ ସ୍ଥାନରେ ରହିଛି ।

India Records 4.2 Crore Vaccinations Against Covid-19 Ministry Of Health

ସିରମ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ସୁରେଶ ଯାଦବ କହିଛନ୍ତି- ଦେଶରେ ଆଗଧାଡ଼ିର କର୍ମଚାରୀ ଓ ୬୦ରୁ ଅଧିକ ବର୍ଷ ବୟସ୍କଙ୍କୁ କୋଭିଡ୍ ଟିକା ଦେବା ପାଇଁ ୩ରୁ ୪ ମାସ ସମୟ ଲାଗିବ । ସୂଚନାଯୋଗ୍ୟ ଯେ- ୨୦୨୧ ଜାନୁଆରୀ ୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବ୍ୟାପୀ କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ।

ଡିସେମ୍ବର ପରେ ସଂକ୍ରମଣ ବେଶ୍ ଖସିଥିବା ବେଳେ ପୁଣି ମାର୍ଚ୍ଚରୁ ବୃଦ୍ଧି ପାଇଛି । ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକ, ଗୁଜରାଟ ଓ ମଧ୍ୟପ୍ରଦେଶରେ ସଂକ୍ରମଣ ମାମଲା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ମହାରାଷ୍ଟ୍ର ଓ ପଞ୍ଜାବରେ ରାତ୍ରୀକାଳୀନ କର୍ଫ୍ୟୁ ଲଗାଯାଇଥିବା ବେଳେ ମଧ୍ୟପ୍ରଦେଶ ସମେତ ଅନ୍ୟ କିଛି ରାଜ୍ୟ ସ୍କୁଲ୍, କଲେଜ ବନ୍ଦ କରି ଦେଇଛନ୍ତି ।

Leave a Reply