Asia Cup-2023: ଥମିଲା ବର୍ଷା, ରିଜର୍ଭ ଡେ’ରେ ପୁଣିଥରେ ଭାରତ-ପାକିସ୍ତାନ ମ୍ୟାଚ୍ ଆରମ୍ଭ

1 min read

କଲମ୍ବୋ: ଏସିଆ କପରେ ଭାରତ-ପାକିସ୍ତାନ ମ୍ୟାଚ୍ ବର୍ଷା କାରଣରୁ ଗତକାଲି ସ୍ଥଗିତ ରହିଥିଲା । ଆଜି ରିଜର୍ଭ ଡେ’ରେ ବର୍ଷା ଛାଡିବା ପରେ ପୁଣିଥରେ ମ୍ୟାଚ୍ ଆରମ୍ଭ ହୋଇଯାଇଛି । ଆଜି ରିଜର୍ଭ ଡେ’ରେ ଅପରାହ୍ନ ୩ଟାରେ ଖେଳ ଆରମ୍ଭ ହେବା କଥା ହେଲେ ବର୍ଷା କାରଣରୁ ଠିକ୍ ସମୟରେ ଆରମ୍ଭ ହୋଇପାରିନଥିଲା । ବର୍ଷା ଛାଡିବା ପରେ ଏବେ ୪ଟା ୪୦ ମିନିଟରେ ଖେଳ ଆରମ୍ଭ ହୋଇଛି । କ୍ରୀଜକୁ ଓହ୍ଲାଇଛନ୍ତି କେଏଲ୍ ରାହୁଲ ଏବଂ ବିଚାଟ କୋହଲି । କାଲି ଖେଳ ବନ୍ଦ ହେବା ସୁଦ୍ଧା ଭାରତୀୟ ସ୍କୋର ୨ ୱିକେଟ ବିନିମୟରେ ୧୪୭ ଥିଲା । ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ଏବେ ଶୁବମନ ଗିଲ୍ ଆଉଟ୍ ହୋଇଯାଇଥିଲେ ।

ରୋହିତ ୪୯ ଟି ବଲ୍ ଖେଳି ୫୬ ରନ୍ କରିଥିବା ବେଳେ ଶୁବମନ ୫୨ ଟି ବଲରେ ୫୮ ରନର ଇନିଂସ ଖେଳିଥିଲେ । ଗତକାଲି ୨୪.୧ ଓଭର ଖେଳ ହୋଇଥିଲା । ଆଜି ପୁଣିଥରେ ସେଇଠୁ ଖେଳ ଆରମ୍ଭ ହୋଇଛି । ଏବେ ୨୬ ଓଭର ସରିବା ପରେ ୨ ୱିକେଟ୍ ବିନିମୟରେ ଭାରତ ୧୫୨ ରନ୍ କରିଛି । ବିରାଟ କୋହିଲ ୨୦ ରନ୍ କରିଥିବା ବେଳେ କେଏଲ୍ ରାହୁଲ ୧୯ ରନରେ ଖେଳୁଛନ୍ତି । ଆଜିର ମ୍ୟାଚ୍ ଭାରତ ଜିତିବାକୁ ସମ୍ପୂର୍ଣ୍ଣ ଚେଷ୍ଟା କରିବ । ସୁପର-୪ରେ ଆସନ୍ତାକାଲି ଭାରତକୁ ଶ୍ରୀଲଙ୍କା ସହ ଖେଳିବାର ଅଛି । ସେହିପରି ଆସନ୍ତା ୧୫ ତାରିଖରେ ବାଂଲାଦେଶ ସହ ଖେଳିବାର ଅଛି । ଫାନାଲକୁ ରାସ୍ତା ସ୍ପଷ୍ଟ କରିବାକୁ ହେଲେ ଆଜିର ମ୍ୟାଚ୍ ଭାରତକୁ ଜିତିବା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଅଟେ ।