ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ପୁଣିଥରେ ଟାର୍ଗେଟ କଲେ କଂଗ୍ରେସ ସାଂସଦ

1 min read

ନନ୍ଦିଘୋଷ ବ୍ୟୁରୋ: ଏସିଆ କପର ସୁପର ୪ ମୁକାବିଲାର ସୁପର ସଣ୍ଡେରେ ସୁପର ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । ଚଳିତ ଏସିଆ କପରେ ଦ୍ବିତୀୟ ଥର ଲାଗି ଭାରତ-ପାକିସ୍ତାନ ଭେଟାଭେଟି ହେବାକୁ ଯାଉଛନ୍ତି । ତେବେ ଭାରତ-ପାକିସ୍ତାନ ମ୍ୟାଚ ଖେଳାଯିବାର ପ୍ରଥମ ମ୍ୟାଚରୁ ବିରୋଧ କରାଯାଉଛି । ଏପରିକି ଭାରତ-ପାକିସ୍ତାନ ମ୍ୟାଚର ସମସ୍ତ ଟିକେଟ ମଧ୍ୟ ବିକ୍ରି ହୋଇନଥିଲା ।  ଏବେ ପୁଣିଥରେ ଭେଟାଭେଟି ହୋଇଥିବାବେଳେ ଏହାକୁ ବିରୋଧ କରିଛନ୍ତି କଂଗ୍ରେସ ସାଂସଦ ଇମ୍ରାନ ମାସୁଦ । ସେ କହିଛନ୍ତି କି, ଏହା ଏକ ଜୁଆ ଖେଳ । ଟଙ୍କା ପାଇଁ ମ୍ୟାଚ ଖେଳାଯାଉଛି ।

ଅପରେସନ ସିନ୍ଦୂର ପରେ ଦ୍ବିତୀୟଥର ଲାଗି ଭେଟାଭେଟି ହେଉଛି ଭାରତ-ପାକିସ୍ତାନ । କ୍ରିକେଟ ମଇଦାନରେ ଲଢ଼େଇ ହେଉଥିଲେ ସୁଦ୍ଧା ଟଙ୍କା ଲାଗି ଏପରି କରାଯାଉଥିବା କହି ଟାର୍ଗେଟ କରିଛନ୍ତି । ଏହାସହ ସେ କହିଛନ୍ତି କି, ପହଲଗାମ ଆତଙ୍କବାଦୀ ଆକ୍ରମଣରେଯେଉଁମାନଙ୍କ କ୍ଷତି ହୋଇଛି ସେମାନେ କେତେ ଦୁଃଖରେ ରହିଛନ୍ତି ସେମାନେ ଜାଣିଛନ୍ତି । ପୁଣି କାହିଁ ମ୍ୟାଚ ଖେଳାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି ।