ମ୍ୟାଚ୍ ନଖେଳି ସୁପର ୪ରେ ପହଞ୍ଚିବ ଭାରତ
1 min read
ନନ୍ଦିଘୋଷ ବ୍ୟୁରୋ: ଏସିଆା କପରେ ମ୍ୟାଚ୍ ନଖେଳି ସୁପର ୪ରେ ପହଞ୍ଚିପାରିବ ରୋହିତ ବାହିନୀ । ପ୍ରଥମ ମ୍ୟାଚ ପାକିସ୍ତାନ ବିପକ୍ଷରେ ଭାରତ ଖେଳିଥିବାବେଳେ ବର୍ଷା କାରଣରୁ ମ୍ୟାଚର ଫଳାଫଳ ଆସିନାହିଁ । ଉଭୟ ଦଳ ପଏଣ୍ଟ ଭାଗ ବାଣ୍ଟିଥିବାବେଳେ ପାକିସ୍ତାନ ସୁପର-୪ ପାଇଁ କ୍ବାଲିଫାଇ କରିସାରିଛି । ସେପଟେ ଭାରତ ଶେଷ ଲିଗ ମ୍ୟାଚରେ ନେପାଳ ବିପକ୍ଷରେ ମଇଦାନକୁ ଓହ୍ଲାଇବ । ପାଣିପାଗ ସୂଚନା ଅନୁଯାୟୀ ସେଦିନ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ଯଦି ମ୍ୟାଚର ଫଳାଫଳ ନଆସେ ତାହେଲେ ପଏଣ୍ଟ ଭାଗ ହେବ । ଭାରତ ୨ ପଏଣ୍ଟ ସହ ସୁପର-୪ ପାଇଁ ନିଜର ସ୍ଥାନ ପକ୍କା କରିପାରିବ । ଅନ୍ୟପଟେ ନେପାଳ ପ୍ରଥମ ମ୍ୟାଚରେ ପାକିସ୍ତାନଠାରୁ ହାରିଛି । ଏଣୁ ଭାରତ ମ୍ୟାଚ ନଖେଳିଲେ ମଧ୍ୟ ସୁପର-୪ରେ ସ୍ଥାନ ପକ୍କା କରିପାରିବ ।