ଭାରତ ଆଗରେ ୩୧୬ ରନର ବିଜୟ ଲକ୍ଷ୍ୟ, ରୋହିତ-ରାହୁଲଙ୍କ ଅର୍ଦ୍ଧଶତକ

1 min read

କଟକ : ଏବେ ନିର୍ଣ୍ଣାୟକ ମୋଡ଼ରେ ବାରବାଟୀ ଦିନିକିଆ । ଭାରତ-ଓ୍ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଏହି ଅନ୍ତିମ ମ୍ୟାଚରେ ଭାରତ ଆଗରେ ୩୧୬ ରନର ବିଜୟ ଲକ୍ଷ୍ୟ ରଖିଛି ଓ୍ୱେଷ୍ଟଇଣ୍ଡିଜ୍ । ଓପନର ରୋହିତ ଶର୍ମା ଓ କେ.ଏଲ୍ ରାହୁଲଙ୍କ ଅର୍ଦ୍ଧ ଶତକ ସତ୍ୱେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରୁଛି ।

ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଟିମ ଇଣ୍ଡିଆ। ପ୍ରଥମେ ବ୍ୟାଟିଂ କରିଥିବା ଓ୍ୱଷ୍ଟଇଣ୍ଡିଜ ଦଳ ପ୍ରାରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ପରେ ଅଧିନାୟକ କିରନ ପୋଲାର୍ଡ ଓ ନିକୋଲାସ ପୁରନ ଧୂଆଁଦାର ବ୍ୟାଟିଂ କରିଥିଲେ । ଓ୍ୱେଷ୍ଟଇଣ୍ଡିଜ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୫ ଓ୍ୱିକେଟ ହରାଇ ୩୧୫ ରନ କରିପାରିଛି । ଦଳ ପକ୍ଷରୁ ପୁରନ ସର୍ବାଧିକ ୮୯ ଏବଂ ପୋଲାର୍ଡ ୭୪ ରନ କରିଛନ୍ତି ।

ତେବେ ଭାରତୀୟ ଦଳ ପକ୍ଷରୁ ପଦାର୍ପଣ କରିଥିବା ନବଦୀପ ସାଇନି ଆକର୍ଷଣୀୟ ବୋଲିଂ କରି ୨ ଟି ଓ୍ୱିକେଟ ନେଇଛନ୍ତି । ସେହିପରି ରବୀନ୍ଦ୍ର ଜାଡେଜା, ମହମ୍ମଦ ସାମି ଓ ସାର୍ଦ୍ଦୁଳ ଠାକୁରଙ୍କୁ ଗୋଟିଏ ଲେଖାଏଁ ଓ୍ୱିକେଟ ମିଳିଛି ।

Leave a Reply