spot_img

Latest Posts

ନୂଆ ବର୍ଷରେ ଭାରତୀୟ କ୍ରିକେଟ ର ନୂଆ ରେକର୍ଡ

ସିଡନୀ: ନୂଆ ବର୍ଷରେ ଭାରତୀୟ କ୍ରିକେଟ ଦଳର ନୂଆ ରେକର୍ଡ। ଇତିହାସର ପୃଷ୍ଠାରେ ଲିପିବଦ୍ଧ ହୋଇଛି ସଫଳତାର ଆଉ ଏକ ଅଧ୍ୟାୟ। ଦୀର୍ଘ ୪୧ ବର୍ଷ ପରେ ଭାରତ ଚଢିଛି ସଫଳତାର ସିଡ଼ି । କାରଣ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀ ଟେଷ୍ଟ ଚତୁର୍ଥ ତଥା ଶେଷ ଦିନରେ ଡ୍ର ହୋଇଥିବା ମ୍ୟାଚରେ ରହିଛି ସବୁଠାରୁ ଲମ୍ବା ଇନିଂସ। ଚତୁର୍ଥ ଇନିଂସରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷରେ ୧୩୧ ଓଭର ବିଶିଷ୍ଟ ଲମ୍ବା ଇନିଂସ ଖେଳିଛି। ପ୍ରାୟ ୪୧ ବର୍ଷ ହେବ ଏଭଳି ଲମ୍ବା ଇନିଂସ ବୋଧେ କେହି ଦେଖିନଥିବେ। କାରଣ ୪ ପାଳିରେ ଏଭଳି ଇନିଂସ ୮୦ ବର୍ଷ ପରେ ଆସିଛି । ଆଉ ଏଭଳି ରେକର୍ଡକୁ ବ୍ରେକ କରିଛି ଭାରତୀୟ କ୍ରିକେଟ ଦଳ । ଏହି ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ବିପକ୍ଷରେ ଐତିହାସିକ ବିଜୟରୁ ସିନା ଭାରତ ବଞ୍ଚିତ ହୋଇଛି କିନ୍ତୁ ନିର୍ମାଣ କରିଛି ଏକ ନୂଆ ରେକର୍ଡର ସ୍ତମ୍ଭ ।

ଯଦି ଭାରତୀୟ କ୍ରିକେଟ ଇତିହାସ ଉପରେ ଦୃଷ୍ଟି ଆକର୍ଷଣ କରିବେ, ତେବେ ଏହାପୂର୍ବରୁ ୧୯୭୬ ମସିହା ୧୨ ଏପ୍ରିଲରେ ଚତୁର୍ଥ ଇନିଂସରେ ସବୁଠାରୁ ବଡ ସ୍କୋର ଲକ୍ଷ ୪୦୩କୁ ସଫଳତାର ସହ ହାତେଇ ନେଇଥିଲା ଭାରତ। କିନ୍ତୁ ସିଡନୀ ଟେଷ୍ଟରେ ଭାରତୀୟ ଦଳର ବିଶାଳ ବିଜୟ ହେଉ ହେଉ ରହିଯାଇଛି । ତେବେ ୪ ଇନିଂସରେ ଭାରତ ଖେଳିଥିବା ଲମ୍ଭା ଇନିଂସ ଉପରେ ଟିକେ ନଜର ପକାନ୍ତୁ ।  ୧୯୭୯ ମସିହା ଓଭାଲରେ ଖେଳାଯାଇଥିବା ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ଟେଷ୍ଟ ମ୍ୟାଚରେ ଭାରତ ୪ ଇନିଂସରେ ୧୫୦.୦୫ ଓଭର ଖେଳି ରେକର୍ଡ କରିଥିଲା। ଏହା ଭାରତୀୟ ଦଳ ପାଇଁ ସବୁଠାରୁ ବଡ଼ ଇନିଂସ ଥିଲା ଆଉ ଡ୍ର ମଧ୍ୟ ରହିଥିଲା।

ସେହିଭଳି ୧୯୪୮ ମସିହା କୋଲକାତାରେ ଭାରତ ଓ୍ୱେଷ୍ଟଇଣ୍ଡିଜ ବିପକ୍ଷରେ ଶେଷ ଇନିଂରେ ଖେଳିଥିଲା ୧୩୬ ଓଭର। ୧୯୫୮ ମସିହାରେ ଓ୍ୱେଷ୍ଟଇଣ୍ଡିଜ ବିପକ୍ଷରେ ସେହି କୋଲକାତାରେ ୧୩୨ ଓଭର ଖେଳିଥିଲା ଭାରତ । ପାକିସ୍ତାନ ବିପକ୍ଷରେ ୧୯୭୯ ମସିହାରେ ଦିଲ୍ଲୀରେ ୧୩୧ ଓଭର ଖେଳିଥିଲା ଭାରତ । ୨୦୦୪ କ୍ରେନସରେ ଶ୍ରୀଲଙ୍କା ବିପକ୍ଷରେ ଭାରତ ଶେଷ ଇନିଂରେ ଖେଳିଥିଲା ୮୫ ଓଭର। ୨୦୧୪ରେ ସିଡନିରେ ଶେଷ ଇନିଂରେ ଖେଳିଥିଲା ୮୯.୦୫ ଓଭର । ତେବେ ଯଦି ଦେଖିବା ୧୯୮୦ ମସିହାରେ ଚତୁର୍ଥ ଇନିଂସ ବା ଶେଷ ଇନିଂସରେ ୧୩୧ ଓଭର ଲମ୍ବା ଇନିଂସ ଖେଳିଥିବା ଅନେକ ମ୍ୟଚ୍‌ ଭାରତ ନାମରେ ରହିଛି ।

 

Latest Posts

Don't Miss