ଆଜି ମ୍ୟାଚ୍ ଜିତି ସିରିଜ କବଜା କରିବାକୁ ଉଦ୍ୟମ କରିବ ଟିମ୍ ଇଣ୍ଡିଆ

1 min read

କୋଲକାତା: ଆଜି ଭାରତ-ଶ୍ରୀଲଙ୍କା ଦ୍ବିତୀୟ ଦିନିକିଆ । ଦିନ ସାଢେ ଗୋଟାଏରୁ କୋଲକାତାର ଇଡେନ ଗାର୍ଡେନରେ ହେବ ଖେଳ । ଆଜି ମ୍ୟାଚ୍ ଜିତି ସିରିଜ ଜିତିବାକୁ ଉଦ୍ୟମ କରିବ ଭାରତ । ୩ ଟିକିଆ ସିରିଜରେ ଏବେ 1-0ରେ ଆଗୁଆ ରହିଛି ମେନ ଇନ୍ ବ୍ଲୁ । ପ୍ରଥମ ମ୍ଯାଚରେ ଦମଦାର ପ୍ରଦର୍ଶନ କରି ବିଜୟ ହାସଲ କରିଛି ରୋହିତ ବାହିନୀ । ପ୍ରାୟ ସମସ୍ତ ଖେଳାଳି ଫର୍ମରେ ରହିଛନ୍ତି ।

ଲଗାତାର ମ୍ୟାଚ୍ ଜିତି ଦଳର ମନୋବଳ ଦୃଢ ଥିବାରୁ ଆଜି ମଧ୍ୟ ମ୍ୟାଚ୍ ଜିତି ସିରିଜ କବଜା କରିବାକୁ ଉଦ୍ୟମ କରିବ ଟିମ୍ ଇଣ୍ଡିଆ । ସେପଟେ ଟି-ଟ୍ବେଣ୍ଟି ସିରିଜ ହାରିବା ପରେ ଦିନିକିଆରେ ସମ୍ମାନ ବଞ୍ଚାଇବାକୁ ଉଦ୍ୟମ କରିବ ଭଶ୍ରୀଲଙ୍କା । ଆଜି ଭାରତକୁ ଚେକ୍ ଦେଇ ସିରିଜକୁ ଫେରିବାକୁ ଉଦ୍ୟମ କରିବ ଭ୍ରମଣକାରୀ ଦଳ । ପ୍ରଥମ ଦିନିକିଆରେ ଶ୍ରୀଲଙ୍କାକୁ ୬୭ରନରେ ହରାଇଥିଲା ମେନ ଇନ୍ ବ୍ଲୁ ।