କୋଭିଡ୍ ଟିକା ନେବା ପରେ ଏହି ଲକ୍ଷଣ ବିପଜ୍ଜନକ, ସତର୍କ କଲେ ସରକାର
1 min readନୂଆଦିଲ୍ଲୀ: ଭ୍ୟାକ୍ସିନର ପାର୍ଶ୍ୱ ପ୍ରତିକ୍ରିୟା । ବ୍ରିଟେନରେ ଆଷ୍ଟ୍ରଜେନେକା-ଅକ୍ସଫୋର୍ଡ ଭ୍ୟାକ୍ସିନ୍ ନେବା ପରେ ରକ୍ତ ଜମାଟ ବାନ୍ଧିବାର ପ୍ରଭାବ ଭାରତର କୋଭିସିଲ୍ଡ ଉପରେ ପଡ଼ିଛି । ଭ୍ୟାକ୍ସିନର ଏଭଳି ପାର୍ଶ୍ୱ ପ୍ରତିକ୍ରିୟାକୁ ନେଇ ଲୋକ ବି ଛାନିଆଁ ହେଲେଣି । ଏହାକୁ ଦେଖି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସ୍ୱାସ୍ଥ୍ୟକର୍ମୀ ଓ ଭ୍ୟାକ୍ସିନ୍ ନେଉଥିବା ଲୋକଙ୍କ ପାଇଁ ଆଡଭାଇଜରୀ ଜାରି ହୋଇଛି । ଟିକାକରଣର ୨୦ ଦିନ ଭିତରେ ଥ୍ରମ୍ବୋସିସ୍ ବା ବ୍ଲଡ୍ କଟ୍ସ ଲକ୍ଷଣକୁ ଚିହ୍ନଟ ପାଇଁ କହିଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ଏଭଳି କୌଣସି ଗମ୍ଭୀର ଲକ୍ଷଣ ଦେଖାଗଲେ ଟିକାକରଣ କେନ୍ଦ୍ରରେ କହିବାକୁ କୁହାଯାଇଛି ।
ବିଶେଷକରି କୋଭିସିଲ୍ଡ ଟିକା ନେବା ପରେ ଯଦି ଆପଣଙ୍କ ଦେହ ଦରଜ, ଛାତି ଯନ୍ତ୍ରଣା, ଶରୀର ଫୁଲିଯିବା ବାନ୍ତି ନହୋଇ ପେଟ ଦରଜ ହେବା, ଶ୍ୱାସକ୍ରିୟା ବେଳେ କଷ୍ଟ ହେବା ଭଳି ଗମ୍ଭୀର ଲକ୍ଷଣ ଦେଖାଯାଉଛି । ଏଭଳି ଲକ୍ଷଣ ଦେଖା ଦେଲେ ବିଳମ୍ବ ନକରି ଟିକାକରଣ କେନ୍ଦ୍ରରେ ଜଣାନ୍ତୁ । ଏଥିସହ ଆପଣଙ୍କ ଦେହରେ ଇଞ୍ଜେଇକ୍ସନ୍ ଦିଆଯାଇଥିବା ସ୍ଥାନ ବ୍ୟତୀତ ଶରୀରର ଅନ୍ୟ କୌଣସି ସ୍ଥାନରେ ଲାଲ ରଙ୍ଗର ଚିହ୍ନ ଦେଖାଗଲେ ସତର୍କ ରୁହନ୍ତୁ ।
ତା’ଛଡ଼ା ଯଦି ଆପଣଙ୍କର ମୁଣ୍ଡବିନ୍ଧା ସମସ୍ୟା ନାହିଁ । କିନ୍ତୁ ବାନ୍ତି ସହ କିମ୍ବା ବାନ୍ତି ବିନା ଆପଣଙ୍କ ମୁଣ୍ଡ ବିନ୍ଧୁଛି ତେବେ ଏହା ମଧ୍ୟ ଭ୍ୟାକ୍ସିନର ପାର୍ଶ୍ୱ ପ୍ରତିକ୍ରିୟାର ଲକ୍ଷଣ ଅଟେ । ଟିକା ନେବା ପରେ ଥକ୍କାପଣ, ବାରମ୍ବାର ବାନ୍ତି ଲାଗିବା, ଆଖି ଦରଜ କିମ୍ବା ଝାପସା ଦେଖାଯିବା, ଅବସାଦ ଲାଗିଲେ ନିହାତି ଟିକାକରଣ କେନ୍ଦ୍ରରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଜଣାନ୍ତୁ । ତଥ୍ୟ ଅନୁସାରେ, ଭାରତରେ କୋଭିସିଲ୍ଡ ଭ୍ୟାକ୍ସିନର ପ୍ରତି ୧୦ ଲକ୍ଷ ଡୋଜରେ ଡିପ୍ ବେନ୍ ଥ୍ରମ୍ବୋସିସ୍ ବା ରକ୍ତ ଜମାଟର ମାତ୍ର ୦.୬୧ ପ୍ରତିଶତ ମାମଲା ସାମ୍ନାକୁ ଆସିଛି । ତେବେ ଏହାକୁ ନେଇ ଆପଣ ଭୟଭୀତ ହୁଅନ୍ତୁ ନାହିଁ ବରଂ ସତର୍କ ରହି ସ୍ୱାସ୍ଥ୍ୟକର୍ମୀଙ୍କୁ ଜଣାନ୍ତୁ ।