spot_img

Latest Posts

୨୪ଘଣ୍ଟା ଦେଶରେ ୪୫ ହଜାର ୯୫୧ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ସାମାନ୍ୟ ବଢିଲା କରୋନା ଗ୍ରାଫ୍  ।  ଗତକାଲି ଅପେକ୍ଷା ଆଜି ସଂକ୍ରମଣ ବଢିଛି  । ୨୪ଘଣ୍ଟା ଦେଶରେ ଚିହ୍ନଟ ହୋଇଛନ୍ତି ୪୫ ହଜାର ୯୫୧ ସଂକ୍ରମିତ  । ଏହା ସହିତ ୮୧୭ ଜଣଙ୍କ ଜୀବନ ନେଇଛି ଭାଇରସ୍ । ତେବେ ଦୈନିକ ସୁସ୍ଥ ସଂଖ୍ୟାରେ ବୃଦ୍ଧି ହୋଇଛି  । ୨୪ ଘଣ୍ଟାରେ ୬୦ ହଜାର ୭୨୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଦେଶରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୩ ଲକ୍ଷ ୬୨ ହଜାର  ୮୪୮ ।

ସେହିଭଳି ଦେଶରେ ମୋଟ୍ ସୁସ୍ଥତା ହାର ୨ କୋଟି ୯୪ ଲକ୍ଷ ୨୭ ହଜାର ୩୩୦ରେ ପହଞ୍ଚିଛି । ଏବଂ ଆକ୍ଟିଭ କେସ୍ ୫ଲକ୍ଷ ୩୭ହଜାର ୬୪ ଥିବା ବେଳେ ମୋଟ୍ ମୃତ୍ୟୁସଂଖ୍ୟା ୩ ଲକ୍ଷ ୯୮ ହଜାର ୪୫୪ରେ ପହଞ୍ଚିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୩୩,୨୮,୫୪,୫୨୭ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି।

‘ଆଇସିଏମ୍ଆର୍‌’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ଜୁନ୍ ୨୯ତାରିଖ ସୁଦ୍ଧା ସମୁଦାୟ ୪୧,୦୧,୦୦,୦୪୪ ନମୁନା ପରୀକ୍ଷା ସରିଛି। ଗତକାଲି ପରୀକ୍ଷା ହୋଇଛି ୧୯,୬୦,୭୫୭ଟି ନମୁନା।

Latest Posts

Don't Miss