ଭାରତର କଡ଼ା ଆଭିମୁଖ୍ୟ, ନିଷେଧ ହେଲା ୨୦ ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲ ଓ ୨ ଓ୍ୱେବସାଇଟ
1 min readନୂଆଦିଲ୍ଲୀ: ପାକିସ୍ତାନ ବିରୋଧରେ କଡ଼ା ଆଭିମୁଖ୍ୟ ଆପଣାଇଛି ଭାରତ । ଭାରତ ବିରୋଧୀ ପ୍ରଚାର ଏବଂ ମିଥ୍ୟା ଖବର ପ୍ରସାରଣ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରିଛି କେନ୍ଦ୍ର ସରକାର । ଭାରତ ବିରୋଧରେ ପ୍ରଚାର କରୁଥିବା ୨୦ଟି ୟୁଟ୍ୟୁବ ଚ୍ୟାନେଲକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ବ୍ଲକ କରିଦେଇଛି । ଏଥି ସହ ଭାରତ ବିରୋଧରେ ପ୍ରଚାର ପାଇଁ ଦୁଇ ଓ୍ୱେବସାଇଟ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର ।
We have taken action against cross border activities aimed to spread unrest in India by way of spreading fake news and propaganda. YouTube channels and web portals were violating domestic laws and strong action has been taken against them: Union I&B Minister @ianuragthakur pic.twitter.com/0gyyJahPfZ
— PIB India (@PIB_India) December 21, 2021
ୟୁଟ୍ୟୁବ୍ ଚ୍ୟାନେଲ ଏବଂ ୱେବସାଇଟ୍ ଗୁଡିକୁ ବନ୍ଦ କରିବାର ନିଷ୍ପତ୍ତି ସୂଚନା ପ୍ରସାରଣ ମନ୍ତ୍ରଣାଳୟ ଏବଂ ଗୁପ୍ତଚର ସଂସ୍ଥାଗୁଡ଼ିକର ସମନ୍ୱୟ ରକ୍ଷା କରି ନିଆଯାଇଛି । ସୂଚନା ପ୍ରସାରଣ ମନ୍ତ୍ରଣାଳୟ କହିଛି ଯେ ବନ୍ଦ ହୋଇଥିବା ଚ୍ୟାନେଲ ଏବଂ ୱେବସାଇଟ୍ ଗୁଡିକ ପାକିସ୍ତାନରୁ ଏକ ସମନ୍ୱିତ ବିଚ୍ଛିନ୍ନତା ନେଟୱାର୍କର ଅଟେ । ଏହି ଚ୍ୟାନେଲ ଓ ଓ୍ୱେବସାଇଟ ମାଧ୍ୟମରେ ଭାରତର ବିଭିନ୍ନ ସମ୍ବେଦନଶୀଳ ବିଷୟରେ ମିଥ୍ୟା ଖବର ପ୍ରଚାର କରୁଥିଲା । ଏହି ଚ୍ୟାନେଲ ମାଧ୍ୟମରେ କାଶ୍ମୀର, ଭାରତୀୟ ସେନା, ରାମ ମନ୍ଦିର, ସଂଖ୍ୟାଲଘୁ ସମ୍ପ୍ରଦାୟ ଏବଂ CDS ଜେନେରାଲ ବିପିନ ରାୱତଙ୍କ ଉପରେ ବିଭାଜନକାରୀ ବିଷୟବସ୍ତୁ ପୋଷ୍ଟ କରୁଥିଲା ।
Screengrabs of "exemplars of anti-India and factually incorrect content published by youtube channels related to the Naya Pakistan Group (NPG) group" pic.twitter.com/VFNSW8QMKn
— ANI (@ANI) December 21, 2021
ସୂଚନା ପ୍ରସାରଣ ମନ୍ତ୍ରଣାଳୟର ଜଣେ ଅଧିକାରଙ୍କ ସୂଚନା ଅନୁସାରେ ଭାରତ ବିରୋଧରେ ମିଥ୍ୟା ପ୍ରଚାର କରିବା ପାଇଁ ପାକିସ୍ତାନର ଏକ ଗ୍ରୁପ ଥିଲା ଯାହାର ନାମ ହେଉଛି ‘ନୂଆ ପାକିସ୍ତାନ’ । ଯାହା ପାଖରେ ୟୁଟ୍ୟୁବ ଚ୍ୟାନେଲର ଏକ ନେଟଓ୍ୱାର୍କ ରହିଥିଲା । ଏହି ଚ୍ୟାନେଲ ନେଟଓ୍ୱାର୍କ ପାଖରେ ମୋଟ ୩୫ ଲକ୍ଷରୁ ଅଧିକ ସବସ୍କ୍ରାଇବର ଥିଲେ । ଏହି ନେଟଓ୍ୱାର୍କର କିଛି ୟୁଟ୍ୟୁବ ଚ୍ୟାନେଲ ପାକିସ୍ତାନ ନ୍ୟୁଜ ଆଙ୍କରଙ୍କ ଦ୍ୱାରା ପରିଚାଳିତ ଅଟେ । ସୂଚନା ଅନୁସାରେ ସୂଚନା ପ୍ରଯୁକ୍ତିବିଦ୍ୟା ନିୟମ ୨୦୨୧ର ନିୟମ ୧୬ ଅନୁଯାୟୀ ଜରୁରୀକାଳୀନ କ୍ଷମତା ପ୍ରୟୋଗ କରି ଏହି ସବୁ ୟୁଟ୍ୟୁବ ଚ୍ୟାନେଲ ଏବଂ ଓ୍ୱେବସାଇଟକୁ ବନ୍ଦ କରିଛି ।