ବିଜୟ ଦେଲା ବିରାଟଙ୍କ ବିସ୍ଫୋରକ ବ୍ୟାଟିଂ

1 min read

ହାଇଦ୍ରାବାଦ: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-୨୦ ଜିତିଲା ଭାରତ । କୋହଲିଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ୨୦୮ ରନର ବିଜୟ ଲକ୍ଷ୍ୟକୁ ସହଜରେ ଭାରତ ହାସଲ କରିନେଇଛି । ୩ ଟିକିଆ ଟି-ଟ୍ୱେଣ୍ଟି ଶୃଙ୍ଖଳାରେ ୬ ୱିକେଟ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ । ଟସ୍‌ ଜିତି ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ରାଜୀବ ଗାନ୍ଧି ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍‌ରେ ରନ ବର୍ଷା କରିଥିଲା ଇଣ୍ଡିଜ ଦଳ ।

କିନ୍ତୁ ବିରାଟ କୋହଲିଙ୍କ ଅପରାଜିତ ଓ ଲୋକେଶ ରାହୁଲଙ୍କ ଧୂଆଁଧାର ବ୍ୟାଟିଂ ଆଗରେ ଫିକା ପଡ଼ିଥିଲା ବିଶାଳ ୨୦୭ ରନ୍‌ ସ୍କୋର । ଅଧିନାୟକ ବିରାଟ କୋହଲିଙ୍କ ଅପରାଜିତ ୯୪ରନ୍‌ ବଳରେ ଭାରତ-ୱେଷ୍ଟଇଣ୍ଡିଜ ଦ୍ଵାରା ଧାର୍ଯ୍ୟ ୨୦୮ ରନ୍‌ର ବିଶାଳ ଲକ୍ଷ୍ୟକୁ ୧୮.୪ ଓଭରରେ ୪ ୱିକେଟ ହରାଇ ହାସଲ କରି ନେଇଥିଲା ।

ପ୍ରଥମେ ବ୍ୟାଟିଂ କରି ୫ ୱିକେଟ ହରାଇ ୨୦୭ ରନ୍‌ କରିଥିଲା ଭ୍ରମଣକାରୀ ଦଳ । ଏହି ବିଜୟ ସହ ଭାରତ ୩ ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳରେ ୧-୦ରେ ଅଗ୍ରଣୀ ହାସଲ କରିଛି । ରବିବାର କେରଳରେ ଖେଳାଯିବ ସିରିଜର ଦ୍ୱିତୀୟ ମ୍ୟାଚ ।

Leave a Reply