ଭାରତ ଅଣ୍ଡର-୧୯ ଟି-ଟ୍ବଣ୍ଟି ମହିଳା ବିଶ୍ବକପ୍ ଚାମ୍ପିୟନ
1 min readକ୍ବାଲାଲମ୍ପୁର: ବର୍ଷ ଆରମ୍ଭରେ ଭାରତ ବିଶ୍ବ ଚାମ୍ପିୟନ । କ୍ରିକେଟର ମହିଳା ବର୍ଗରେ ବିଶ୍ବ ଚାମ୍ପିୟନ ହୋଇଛି ଭାରତ । ଅଣ୍ଡର-୧୯ ଟି-୨୦ ମହିଳା ବିଶ୍ବପକରେ ଦକ୍ଷିଣ ଆଫ୍ରିକାକୁ ୯ ଓ୍ବିକେଟରେ ହରାଇ ଭାରତ ବିଶ୍ବ ଚାମ୍ପିୟନ ହୋଇଛି । ଏହାସହ ଲଗାତର ଦୁଇଥର ଟି-୨୦ ବିଶ୍ବକପ୍ ଟ୍ରଫି ହାତେଇଛନ୍ତି ଭାରତୀୟ ମହିଳା ଟିମ୍ ।
ଆଜି କ୍ବାଲାଲମ୍ପୁରରେ ଖେଳାଯାଇଥିବା ଫାଇନାଲ ମ୍ୟାଜରେ ଭାରତକୁ ୮୩ ରନର ଟାର୍ଗେଟ ମିଳିଥିଲା । ଯାହାକୁ ଟିମ୍ ଇଣ୍ଡିଆ ଗୋଟିଏ ଓ୍ବିକେଟ ହରାଇ ୧୧.୨ ଓଭରରେ ହାସଲ କରି ନେଇଥିଲା । ଭାରତୀୟ ଟିମର ବିଜୟରେ ଅଲରାଉଣ୍ଡର ଓପ୍ନର ଗୋଙ୍ଗାଡି ତ୍ରିଷା ମୁଖ୍ୟ ଭୂମିକା ନିଭାଇଥିଲେ । ବୋଲିଂରେ ସେ ଦକ୍ଷିଣ ଆଫ୍ରିକାର ୩ଟି ଓ୍ବିକେଟ ନେଇଥିବା ବେଳେ ଓପ୍ନିଂ ବ୍ୟାଟିଂ କରି ୪୪ ରନ୍ କରିଥିଲେ ।
ଆଜିର ଫାଇନାଲରେ ୮୩ ରନର ଟାର୍ଗେଟକୁ ପିଛା କରି ଭାରତର ଆରମ୍ଭ ବହୁତ ଭଲ ହୋଇଥିଲା । ଦୁଇ ଓପ୍ନର ଜି. କମଲିନି ଏବଂ ଗୋଙ୍ଗାଡି ତୃଷା ୪.୩ ଓଭରରେ ୩୬ ରନର ପାର୍ଟନରସିପ୍ କରିଥିଲେ । କମଲିନି ୮ ରନ କରି କାୟଲା ରେନେକେ ଦ୍ବାରା ଆଉଟ ହୋଇଥିଲେ । ପରେ ବ୍ୟାଟିଂ କରିବାକୁ ଆସିଥିବା ସାନିକା ଚାଲକେ ତୃଷାଙ୍କ ସହ ମିଶି ଭାରତକୁ ବିଜୟୀ କରାଇଥିଲେ । ତୃଷା ୮ ଚୌକା ସହାୟତାରେ ୪୪ ରନ୍ କରିଥିବା ବେଳେ ସାନିକା ୨୬ ରନର ପାରି ଖେଳିଥିଲେ ।
କ୍ରମାଗତ ଦ୍ବିତୀୟ ଥର ବିଶ୍ବକପ୍ ଜିତିଲା ଭାରତ
ଭାରତ ୧୯ ବର୍ଷରୁ କମ ବର୍ଗ ଟି-୨୦ ମହିଳା ବିଶ୍ବକପ୍ ଲାଗତର ଦ୍ବିତୀୟ ଥର ଜିତିଛି । ସାଉଥ ଆଫ୍ରିକାରେ ୨୦୨୩ରେ ଆୟୋଜିତ ସଂସ୍କରଣରେ ଭାରତ ସେଫାଳି ବର୍ମାଙ୍କ ଅଧିନାୟକତ୍ବରେ ବିଶ୍ବ ଚାମ୍ପିୟନ ହୋଇଥିଲା । ଚଳିତ ବିଶ୍ବକପରେ ଭାରତର ପ୍ରଦର୍ଶନ ଚମତ୍କାର ରହିଛି । ଭାରତ ସମସ୍ତ ୭ଟି ମ୍ୟାଚ୍ ଜିତି ବିଶ୍ବ ଚାମ୍ପିୟନ ହୋଇଛି । ନିକି ପ୍ରସାଦଙ୍କ ନେତୃତ୍ବରେ ଭାରତୀୟ ମହିଳା ଟିମ ଏବେ ସମସ୍ତ ତିନୋଟି ଫର୍ମାଟରେ ଚମତ୍କାର ପ୍ରଦର୍ଶନ କରୁଛି ।