ବଦଳିଲା ଆୟକର ସୀମା, କେତେ ଲକ୍ଷରେ ଦେବେ କର ଜାଣନ୍ତୁ ..

ନନ୍ଦିଘୋଷ ବ୍ୟୁରୋ: ବଦଳିଲା ଦେଶର ଆୟକର ସୀମା  ।  ୦ରୁ ୩ ଲକ୍ଷ ପର୍ଯ୍ୟନ୍ତ ଶୂନ ପ୍ରତିଶତ ଆୟକର  । ଅର୍ଥାତ ୩ ଲକ୍ଷ ପର୍ଯ୍ୟନ୍ତ କାରବାର କଲେ ଦେବାକୁ ପଡିବ ନାହିଁ କୌଣସି ଆୟକର ବା ଟ୍ୟାକ୍ସ  । ୩ ଲକ୍ଷ ପରେ ଦେବାକୁ ପଡିବ ଟ୍ୟାକ୍ସ  । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଘୋଷଣା ମୁତାବକ  ୩ରୁ ୬ ଲକ୍ଷ ପର୍ଯ୍ୟନ୍ତ ଆୟକର ୫ ପ୍ରତିଶତ ବୃଦ୍ଧି ଘଟିଛି  ।

ସେହିପରି ୬ରୁ ୯ ଲକ୍ଷ ପର୍ଯ୍ୟନ୍ତ ଆୟକର ୧୦ ପ୍ରତିଶତ ରହିଛି  । ୯ରୁ ୧୨ ଲକ୍ଷ ପର୍ଯ୍ୟନ୍ତ ୧୫ ପ୍ରତିଶତ ଆୟକର ରହିଛି  । ୧୨ରୁ ୧୫ ଲକ୍ଷ ପର୍ଯ୍ୟନ୍ତ ଆୟକର ୨୦ ପ୍ରତିଶତ ରହିଥିବାବେଳେ ୧୫ରୁ ଅଧିକ ପର୍ଯ୍ୟନ୍ତ କାରବାର ହେଲେ ୩୦ ପ୍ରତିଶତ ଆୟକର ଦେବାକୁ ପଡିବ ବୋଲି ଘୋଷଣା କରଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ  ।

ସେହିପରି ଆୟକର ସ୍ଲାବ ସୀମା ବୃଦ୍ଧି ଘୋଷଣା କରିଛନ୍ତି ଅର୍ଥ ମନ୍ତ୍ରୀ   । ଆୟକର ସ୍ଲାବ ସୀମା ୫ ଲକ୍ଷରୁ ୭ ଲକ୍ଷକୁ ବୃଦ୍ଧି ହୋଇଛି  । ବଦଳିଲା ଟିକସ ସ୍ଲାବ୍ ଆୟ  ଯଦି ଆପଣଙ୍କ ଆୟ ୫ ଲକ୍ଷ ତେବେ    ପୁରୁଣା ଟିକସ  ୦ ଦେବାକୁ ଥିବାବେଳେ   ନୂଆ ଟିକସ ଶୂନ ଏବଂ ଲାଭ ମଧ୍ୟ ଶୂନ ରହିବ  । ସେହିପରି ୬ ଲକ୍ଷ ଟଙ୍କା ଆୟରେ  ୨୩,୪୦୦ ପୁରୁଣା ଟିକସ ରହିଥିବାବେଳେ  ନୂଆ ଟିକସ କିଛି ରହିନାହିଁ ଯଦ୍ୱାରା ଲାଭ ଆପଣଙ୍କର ହେବ   ୨୩,୪୦୦ ଟଙ୍କା  । ୭ ଲକ୍ଷ ଆୟରେ  ୪୪,୨୦୦ ପୁରୁଣା ଟିକସ ରହିଥିଲା ଏବେ ଟିକସ କିଛି ଦେବାକୁ ପଡ଼ିବ ନାହିଁ  ଯଦ୍ୱାରା  ୪୪,୨୦୦ ଟଙ୍କା ଲାଭ ହେବ  ।

୮ ଲକ୍ଷ ଟଙ୍କା ଆୟରେ ୬୫,୦୦ ପୁରୁଣା ଟିକସ ବ୍ୟବସ୍ଥା ରହିଥିବା ବେଳେ ୩୫,୦୦୦ ଟଙ୍କା ହଉଛି ନୂଆ ଟ୍ୟାକ୍ସ  । ଫଳରେ ୩୦,୦୦୦ ଟଙ୍କା ଲାଭ ହେବ  । ୯ ଲକ୍ଷ ଆୟରେ ୮୫, ୮୦୦ ଟଙ୍କା  ପୂର୍ବରୁ ଟ୍ୟାକ୍ସ ଦେବାକୁ ପଡୁଥିବାବେଳେ ବର୍ତ୍ତମାନ ନୂଆ ଟିକସ ଦେବାକୁ ପଡ଼ିବ  ୪୫,୦୦୦ ଟଙ୍କା  । ଫଳରେ  ୪୦,୮୦୦ ଟଙ୍କା ଏଣିକି ଲାଭ ହେବ  । ସେହିପରି୧୦ ଲକ୍ଷ ଟଙ୍କାରେ ୧,୦୬,୬୦୦ ପୂର୍ବରୁ ଦେବାକୁ ପଡୁଥିଲା ନୂଆ ଟିକସ ସ୍ଲାବରେ  ୬୦,୦୦୦ ଦେବାକୁ ପଡ଼ିବ ଫଳରେ ୪୬,୬୦୦ ଟଙ୍କା ଲାଭ ହେବ  ।

ଅନ୍ୟପଟେ ଯଦି ଦେଖିବା ୧୨ ଲକ୍ଷ ଆୟରେ  ୧,୬୩,୮୦୦  ପୂର୍ବରୁ ଦେବାକୁ ପଡୁଥିବାବେଳେ  ୯୦,୦୦୦ ଏଣିକି ଦେବାକୁ ପଡିବ  । ଯଦ୍ୱାରା  ୭୩,୮୦୦ ଟଙ୍କା ଲାଭ ହେବ  ।  ୧୫ ଲକ୍ଷ ଆୟରେ ୨,୫୭,୪୦୦ ଟଙ୍କା ପୂର୍ବରୁ ଟିକସ ଦେବାକୁ ପଡୁଥିଲା ନୂଆ ଟିକସ ସ୍ଲାବ ଅନୁଯାୟୀ  ୧,୫୦,୦୦୦ ଦେବାକୁ ପଡିବ   । ଫଳରେ ୧,୦୭,୪୦୦ ଟଙ୍କା ଲାଭ ହେବ  ।  ସେହିପରି ଯଦି ଦେଖିବା ୨୦ ଲକ୍ଷ ଟଙ୍କା ଆୟରେ ୪,୧୩,୪୦୦ ଟଙ୍କା ପୂର୍ବରୁ ଦେବାକୁ ପଡୁଥିଲା  ବର୍ତ୍ତମାନ ଦେବାକୁ ପଡିବ ୩,୦୦୦୦୦ ଟଙ୍କା, ଯାହା ଦ୍ୱାରା ଲାଭ ହେ ୧,୧୩,୪୦୦ ଟଙ୍କା  ।