ବଦଳିଲା ଆୟକର ସୀମା, କେତେ ଲକ୍ଷରେ ଦେବେ କର ଜାଣନ୍ତୁ ..
ନନ୍ଦିଘୋଷ ବ୍ୟୁରୋ: ବଦଳିଲା ଦେଶର ଆୟକର ସୀମା । ୦ରୁ ୩ ଲକ୍ଷ ପର୍ଯ୍ୟନ୍ତ ଶୂନ ପ୍ରତିଶତ ଆୟକର । ଅର୍ଥାତ ୩ ଲକ୍ଷ ପର୍ଯ୍ୟନ୍ତ କାରବାର କଲେ ଦେବାକୁ ପଡିବ ନାହିଁ କୌଣସି ଆୟକର ବା ଟ୍ୟାକ୍ସ । ୩ ଲକ୍ଷ ପରେ ଦେବାକୁ ପଡିବ ଟ୍ୟାକ୍ସ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଘୋଷଣା ମୁତାବକ ୩ରୁ ୬ ଲକ୍ଷ ପର୍ଯ୍ୟନ୍ତ ଆୟକର ୫ ପ୍ରତିଶତ ବୃଦ୍ଧି ଘଟିଛି ।
ସେହିପରି ୬ରୁ ୯ ଲକ୍ଷ ପର୍ଯ୍ୟନ୍ତ ଆୟକର ୧୦ ପ୍ରତିଶତ ରହିଛି । ୯ରୁ ୧୨ ଲକ୍ଷ ପର୍ଯ୍ୟନ୍ତ ୧୫ ପ୍ରତିଶତ ଆୟକର ରହିଛି । ୧୨ରୁ ୧୫ ଲକ୍ଷ ପର୍ଯ୍ୟନ୍ତ ଆୟକର ୨୦ ପ୍ରତିଶତ ରହିଥିବାବେଳେ ୧୫ରୁ ଅଧିକ ପର୍ଯ୍ୟନ୍ତ କାରବାର ହେଲେ ୩୦ ପ୍ରତିଶତ ଆୟକର ଦେବାକୁ ପଡିବ ବୋଲି ଘୋଷଣା କରଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
ସେହିପରି ଆୟକର ସ୍ଲାବ ସୀମା ବୃଦ୍ଧି ଘୋଷଣା କରିଛନ୍ତି ଅର୍ଥ ମନ୍ତ୍ରୀ । ଆୟକର ସ୍ଲାବ ସୀମା ୫ ଲକ୍ଷରୁ ୭ ଲକ୍ଷକୁ ବୃଦ୍ଧି ହୋଇଛି । ବଦଳିଲା ଟିକସ ସ୍ଲାବ୍ ଆୟ ଯଦି ଆପଣଙ୍କ ଆୟ ୫ ଲକ୍ଷ ତେବେ ପୁରୁଣା ଟିକସ ୦ ଦେବାକୁ ଥିବାବେଳେ ନୂଆ ଟିକସ ଶୂନ ଏବଂ ଲାଭ ମଧ୍ୟ ଶୂନ ରହିବ । ସେହିପରି ୬ ଲକ୍ଷ ଟଙ୍କା ଆୟରେ ୨୩,୪୦୦ ପୁରୁଣା ଟିକସ ରହିଥିବାବେଳେ ନୂଆ ଟିକସ କିଛି ରହିନାହିଁ ଯଦ୍ୱାରା ଲାଭ ଆପଣଙ୍କର ହେବ ୨୩,୪୦୦ ଟଙ୍କା । ୭ ଲକ୍ଷ ଆୟରେ ୪୪,୨୦୦ ପୁରୁଣା ଟିକସ ରହିଥିଲା ଏବେ ଟିକସ କିଛି ଦେବାକୁ ପଡ଼ିବ ନାହିଁ ଯଦ୍ୱାରା ୪୪,୨୦୦ ଟଙ୍କା ଲାଭ ହେବ ।
୮ ଲକ୍ଷ ଟଙ୍କା ଆୟରେ ୬୫,୦୦ ପୁରୁଣା ଟିକସ ବ୍ୟବସ୍ଥା ରହିଥିବା ବେଳେ ୩୫,୦୦୦ ଟଙ୍କା ହଉଛି ନୂଆ ଟ୍ୟାକ୍ସ । ଫଳରେ ୩୦,୦୦୦ ଟଙ୍କା ଲାଭ ହେବ । ୯ ଲକ୍ଷ ଆୟରେ ୮୫, ୮୦୦ ଟଙ୍କା ପୂର୍ବରୁ ଟ୍ୟାକ୍ସ ଦେବାକୁ ପଡୁଥିବାବେଳେ ବର୍ତ୍ତମାନ ନୂଆ ଟିକସ ଦେବାକୁ ପଡ଼ିବ ୪୫,୦୦୦ ଟଙ୍କା । ଫଳରେ ୪୦,୮୦୦ ଟଙ୍କା ଏଣିକି ଲାଭ ହେବ । ସେହିପରି୧୦ ଲକ୍ଷ ଟଙ୍କାରେ ୧,୦୬,୬୦୦ ପୂର୍ବରୁ ଦେବାକୁ ପଡୁଥିଲା ନୂଆ ଟିକସ ସ୍ଲାବରେ ୬୦,୦୦୦ ଦେବାକୁ ପଡ଼ିବ ଫଳରେ ୪୬,୬୦୦ ଟଙ୍କା ଲାଭ ହେବ ।
ଅନ୍ୟପଟେ ଯଦି ଦେଖିବା ୧୨ ଲକ୍ଷ ଆୟରେ ୧,୬୩,୮୦୦ ପୂର୍ବରୁ ଦେବାକୁ ପଡୁଥିବାବେଳେ ୯୦,୦୦୦ ଏଣିକି ଦେବାକୁ ପଡିବ । ଯଦ୍ୱାରା ୭୩,୮୦୦ ଟଙ୍କା ଲାଭ ହେବ । ୧୫ ଲକ୍ଷ ଆୟରେ ୨,୫୭,୪୦୦ ଟଙ୍କା ପୂର୍ବରୁ ଟିକସ ଦେବାକୁ ପଡୁଥିଲା ନୂଆ ଟିକସ ସ୍ଲାବ ଅନୁଯାୟୀ ୧,୫୦,୦୦୦ ଦେବାକୁ ପଡିବ । ଫଳରେ ୧,୦୭,୪୦୦ ଟଙ୍କା ଲାଭ ହେବ । ସେହିପରି ଯଦି ଦେଖିବା ୨୦ ଲକ୍ଷ ଟଙ୍କା ଆୟରେ ୪,୧୩,୪୦୦ ଟଙ୍କା ପୂର୍ବରୁ ଦେବାକୁ ପଡୁଥିଲା ବର୍ତ୍ତମାନ ଦେବାକୁ ପଡିବ ୩,୦୦୦୦୦ ଟଙ୍କା, ଯାହା ଦ୍ୱାରା ଲାଭ ହେ ୧,୧୩,୪୦୦ ଟଙ୍କା ।