ଆୟକର ବିଭାଗର ନୂଆ ପୋର୍ଟାଲ୍ ଲଞ୍ଚ, ଟିକସଦାତାଙ୍କୁ ମିଳିବ ଏହି ସୁବିଧା
1 min readନୂଆଦିଲ୍ଲୀ: ଆୟକର ବିଭାଗର ନୂଆ ପୋର୍ଟାଲ ସୋମବାର ଦିନ ଠାରୁ ଆରମ୍ଭ ହେଉଛି । ବିଭାଗ ଅନୁଯାୟୀ ଟିକସଦାତାମାନେ ଏହି ପୋର୍ଟାଲ ଜରିଆରେ ଅନଲାଇନରେ ବିବରଣୀ ଦେଇପାରିବେ। ଏହାସହିତ ଏହି ପୋର୍ଟାଲ୍ ରେ ଦିଆଯାଇଥିବା ବିବରଣୀ ଗୁଡିକର ତୁରନ୍ତ ପ୍ରକ୍ରିୟାକରଣ ହେବା ସହ ତୁରନ୍ତ ଟିକସ ଫେରସ୍ତ ପ୍ରକ୍ରିୟା ସୁବିଧା ମଧ୍ୟ ଉପଲବ୍ଧ ହେଉଛି ।
କେନ୍ଦ୍ରୀୟ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି) ଅନୁଯାୟୀ, ଏହି ପୋର୍ଟାଲ www.incometax.gov.in ଆଜିଠାରୁ ଆରମ୍ଭ ହେଉଛି । CBDT ପକ୍ଷରୁ ଜୁନ୍ ୧୮ରେ ଏକ ନୂଆ ପେମେଣ୍ଟ ସିଷ୍ଟମ୍ ଆରମ୍ଭ କରିବାକୁ ଯାଉଛି । ପୋର୍ଟାଲ ଲଞ୍ଚ ପରେପରେ ଏକ ମୋବାଇଲ୍ ଆପ୍ ମଧ୍ୟ ଜାରି କରାଯିବ । ଯାହା ଫଳରେ ଟିକସଦାତାମାନେ ଏହାର ବିଭିନ୍ନ ଫିଚର ସମ୍ପର୍କରେ ଅବଗତ ହୋଇପାରିବେ ।
We are as excited about the new portal as our users!
We are at the final stages in the roll-out of the new portal and it will be available shortly. We appreciate your patience as we work towards making it operational soon.#NewPortal— Income Tax India (@IncomeTaxIndia) June 7, 2021
ସିବିଡିଟି ଅନୁଯାୟୀ, “ଟିକସ ଦେବାର ନୂତନ ବ୍ୟବସ୍ଥା ସମ୍ପର୍କରେ ଅଭ୍ୟସ୍ତ ହେବା ପାଇଁ ଟିକସଦାତାଙ୍କୁ କିଛି ସମୟ ଲାଗିପାରେ। ବ୍ୟବହାର କରିବା ପୂର୍ବରୁ ଏହାର ସମସ୍ତ ବୈଶିଷ୍ଟ୍ୟଗୁଡିକୁ ଟିକସଦାତା ମାନେ ଭଲ ଭାବରେ ବୁଝନ୍ତୁ ବୋଲି ଆମର ପ୍ରଚେଷ୍ଟା ରହିଛି ।
ଉଲ୍ଲେଖଯୋଗ୍ୟ, ଜୁନ୍ ୧ରୁ ୬ ତାରିଖ ଯାଏଁ ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟର ଇ-ଫାଇଲିଂ ପୋର୍ଟାଲ୍ କାମ କରିବ ନାହିଁ ବୋଲି ପୂର୍ବରୁ ସୂଚନା ଦିଆଯାଇଥିଲା। କାରଣ ବିଭାଗ ପକ୍ଷରୁ ଟ୍ୟାକ୍ସ ପେୟର୍ସଙ୍କ ପାଇଁ ଇନକମ୍ ଟ୍ୟାକ୍ସ ଇ-ଫାଇଲିଂର ନୂଆ ପୋର୍ଟାଲ୍ ଲଞ୍ଚ କରାଯାଇଥାନ୍ତା ।
ଅଧିକ ପଢନ୍ତୁ- ଜୁନ୍ ୧ରୁ ହେବ ଏହି ୬ଟି ପରିବର୍ତ୍ତନ, ଜାଣନ୍ତୁ…