ଦିଲ୍ଲୀ ସେଣ୍ଟର ଫର ପଲିସି ରିସର୍ଚ୍ଚ(ସିପିଆର) କାର୍ଯ୍ୟାଳୟରେ ଆୟକର ବିଭାଗ ଚଢ଼ାଉ

ନୂଆଦିଲ୍ଲୀ: ରାଜନୈତିକ ଦଳଙ୍କୁ ପାଣ୍ଠି ଯୋଗାଣ ମାମଲା । ଦିଲ୍ଲୀସ୍ଥିତ ସେଣ୍ଟର ଫର ପଲିସି ରିସର୍ଚ୍ଚ ବା ସିପିଆର କାର୍ଯ୍ୟାଳୟରେ ଆୟକର ବିଭାଗ ଚଢାଉ । ଦିଲ୍ଲୀ ସମେତ ହରିଆଣା, ମହାରାଷ୍ଟ୍ର ଓ ଗୁଜରାଟରେ ମଧ୍ୟ ରେଡ ହୋଇଛି । ୨୦ଟି ପଞ୍ଜିକୃତ କିନ୍ତୁ ଅଣସ୍ୱୀକୃତ ରାଜନୈତିକ ଦଳଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଏହି ରେଡ ହୋଇଛି ।

ପୂର୍ବରୁ ସିପିଆରର ମୁଖ୍ୟ ପ୍ରତାପ ଭାନୁ ମେହେଟ୍ଟା ଥିଲେ । ସେ ବିଜେପି ବିରୋଧୀ ଭାବେ ଜଣାଶୁଣା ଥିଲେ । ତାଙ୍କ ପରେ ବର୍ତ୍ତମାନ ସିପିଆରର ମୁଖ୍ୟ ଅଛନ୍ତି ମୀନାକ୍ଷୀ ଗୋପିନାଥ। ସେ ଜବାହାରଲାଲ ନେହରୁ ବିଶ୍ୱ ବିଦ୍ୟାଳୟର ରାଜନୀତି ବିଜ୍ଞାନ ଅଧ୍ୟାପିକା ଥିବାବେଳେ ଲେଡି ଶ୍ରୀରାମ କଲେଜର ଅଧ୍ୟକ୍ଷା ଅଛନ୍ତି । ଦେଶର ଅନ୍ୟତମ ପ୍ରମୁଖ ଥିଙ୍କଟ୍ୟାଙ୍କ ଭାବେ ସିପିଆର ୧୯୭୩ରେ ପ୍ରତିଷ୍ଠା ହୋଇଥିଲା । ଉନ୍ନତ ନୀତି ନିର୍ଦ୍ଧାରଣ, ଉଚ୍ଚମାନର ଗବେଷଣା ଓ ଜନବାଦୀ ନୀତି ନିର୍ଦ୍ଧାରଣ କରିବାରେ ସିପିଆର ପ୍ରମୁଖ ଭୂମିକା ନେଉଛି ।