ସେପ୍ଟେମ୍ବରରେ କରୋନାର କରାଳ ରୂପ, ଚିହ୍ନଟ ହୋଇଛନ୍ତି ୪୧ % ମରିଛନ୍ତି ୩୪ %

1 min read

ନୂଆଦିଲ୍ଲୀ: କରୋନା ସଂକ୍ରମଣ ସାରା ବଶ୍ୱି ପାଇଁ ଏକ ଭୟଙ୍କର ସମୟ । ଏହି ସମୟରେ ପୁରା ବିଶ୍ୱ କରୋନା ଭଳି ଏକ ମାରାତ୍ମକ ମହାମାରୀର ସାମ୍ନା କରୁଛି । ବଢ଼ୁଛି ସଂକ୍ରମଣ ବଢ଼ୁଛି ସଂକ୍ରମଣରେ ମୃତ୍ୟୁ ସଂଖ୍ୟା । ତେବେ କରୋନା ପାଇଁ ଭାରତ ମଧ୍ୟ ଏବେ ଭୟଙ୍କର ପରିସ୍ଥିତିର ସାମ୍ନା କରୁଛି । ଯଦି ଦେଖିବା ସେପ୍ଟେମ୍ବର ମାସ ଭାରତ ପାଇଁ ବହୁତ ଖରାପ ରହିଛି । ଦେଶରେ ୨୪ ଘଣ୍ଟାରେ ୮୬ହଜାର ୮୨୧ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଲେ ୧୧୮୧ ଜଣଙ୍କ ମୃତ୍ୟୁ ହୋଇଛି । ନୂଆ ମୃତ୍ୟୁ ପରେ ଦେଶରେ ୯୮ ହଜାର ୬୭୮ ଜଣଙ୍କର ମୃତ୍ୟୁ ହୋଇଛି । ସେଥିମଧ୍ୟରୁ ସେପ୍ଟେମ୍ବର ମାସରେ ୩୪ ହଜାର ୪୩୬ ଜଣ କରୋନା ରୋଗୀ ମୃତ୍ୟୁ ବରଣ କରିଛନ୍ତି । ଅଗଷ୍ଟରେ ୨୮,୮୫୯, ଜୁଲାଇରେ ୧୯,୧୨୨, ଜୁନରେ ୧୧ ହଜାର ୯୮୮ ଏବଂ କୋଭିଡ କାରଣରୁ ମେ ମାସରେ ୪ହଜାର ୨୬୭ ଜଣଙ୍କର ମୃତ୍ୟୁ ହୋଇଛି ।

Municipal workers in protective gear carry the body a woman who died due to coronavirus disease (COVID-19), for her cremation at a crematorium in Ahmedabad, India, April 17, 2020. REUTERS/Amit Dave

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୯୮ ହଜାର ୬୭୮ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ସକ୍ରିୟ ମାମଲା ସଂଖ୍ୟା ୯ ଲକ୍ଷ ୪୦ ହଜାର ୭୦୫କୁ ହ୍ରାସ ପାଇଛି । ଏବେ ଦେଶରେ ୫୨ ଲକ୍ଷ ୭୩ ହଜାର ୨୦୧ ଲୋକ ସୁସ୍ଥ ହୋଇଛନ୍ତି । ସଂକ୍ରମଣର ସକ୍ରିୟ ମାମଲା ତୁଳନାରେ ସୁସ୍ଥ ଲୋକଙ୍କ ସଂଖ୍ୟା ପ୍ରାୟ ପାଞ୍ଚ ଗୁଣ ଅଧିକ ।

ସେପ୍ଟେମ୍ବର ମାସରେ ଭାରତରେ ୪୧ ପ୍ରତିଶତ ନୂଆ ମାମଲା ଚିହ୍ନଟ ହୋଇଛନ୍ତି । ଏଥି ସହିତ ୩୪ ପ୍ରତିଶତ ଲୋକଙ୍କର କରୋନାରେ ମୃତ୍ୟୁ ଘଟିଛି । ସେଥିମଧ୍ୟରୁ ସେପ୍ଟେମ୍ବର ମାସରେ ୩୩,୨୫୫ ଲୋକଙ୍କର ମୃତ୍ୟୁ ହୋଇଛି । ସେପ୍ଟେମ୍ବର ମାସରେ, ୨୬.୨୪ ଲକ୍ଷ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେପଟେ ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ପରେ କର୍ଣ୍ଣାଟକ ହେଉଛି ତୃତୀୟ ରାଜ୍ୟ ଯେଉଁଠାରେ ୬ ଲକ୍ଷରୁ ଅଧିକ କରୋନା ଚିହ୍ନଟ ହୋଇଛନ୍ତି ।

Leave a Reply