ମୋଦି ଜୟ ଜଗନ୍ନାଥ କହୁଛନ୍ତି, ରାଜ୍ୟ ବିଜେପି ନେତାଙ୍କୁ ଡର କାହିଁକି ?

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭା ବଜେଟ ଅଧିବେଶନ । ଅଧିବେଶନ ଆରମ୍ଭରୁ ସରଗରମ ହୋଇଛି ଗୃହ କାର୍ଯ୍ୟ । ଜୟ ଜଗନ୍ନାଥ ଓ ଜୟ ଶ୍ରୀରାମ ଧ୍ବନୀରେ କମ୍ପିଛି ଗୃହ । ଯାହା ଜୟ ଜଗନ୍ନାଥ ବନାମ ଜୟ ଶ୍ରୀରାମ ସ୍ଥିତି ସୃଷ୍ଟି କରିଥିଲା । ଓଡ଼ିଶା ବିଧାନସଭାରେ ଏପରି ରୋଚକ ଧ୍ବନୀକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି ।

ଗୋଟିଏ ପଟେ ବିରୋଧୀ ବିଜେଡି ଓ କଂଗ୍ରେସ ଜୟ ଜଗନ୍ନାଥ ନାରା ଦେଇଥିବା ବେଳେ ବିଜେପି ବିଧାୟକମାନେ ଜୟ ଶ୍ରୀରାମ ନାରା ଦେିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୟ ଜଗନ୍ନାଥ ନାରା ଦେଉଛନ୍ତି । ହେଲେ ଏଠାରେ ବିଜେପି ବିଧାୟକ ଜୟ ଶ୍ରୀରାମ କାହିଁକି କହୁଛନ୍ତି ବୋଲି କଟାକ୍ଷ ଢଙ୍ଗରେ ପ୍ରଶ୍ନ କରିଛି ବିଜେଡି ।

କଂଗ୍ରେସ ମଧ୍ୟ ରାଜ୍ୟ ବିଜେପିକୁ ଟାର୍ଗେଟ କରିଛି । କଂଗ୍ରେସ ପକ୍ଷରୁ କୁହାଯାଇଛି, ଓଡ଼ିଶା ଜଗନ୍ନାଥଙ୍କ ମାଟି । ରାମଙ୍କ ପ୍ରତି ବି ସମ୍ମାନ ରହିଛି । କିନ୍ତୁ ଜଗନ୍ନାଥଙ୍କୁ ଭୁଲିବୁ ନାହିଁ । ଅନ୍ୟପଟେ ବିଜେପି କହିଛି ଯେ, ରାମ ଭାରତର ଆରାଧ୍ୟ ଦେବତା । ସେଥିପାଇଁ ତାଙ୍କ ନାଁ ନିଆଗଲା । ସେହିପରି ଜଗନ୍ନାଥଙ୍କ ନାଁ ନିଆଯାଇଥିବା ନେଇ ବି ବିଜେପି ମତ ଦେଇଛି ।