ଗୁଣି ଗାରେଡି ସନ୍ଦେହରେ ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା ଅଭିଯୋଗ

ସୁକମା: ଅନ୍ଧ ବିଶ୍ବାସର କୁପରିଣତି । ଗୁଣି ଗାରେଡି ସନ୍ଦେହରେ ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ । ଏମିତି ଘଟଣା ଘଟିଛିଛତିଶଗଡ଼ ସୁକମା ଜିଲ୍ଲାରେ । ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଓ ଦୁଇ ଜଣ ପୁରୁଷ ଅଛନ୍ତି ।
କୋଣ୍ଟା ଥାନା ପୋଲିସ ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି । କୋଣ୍ଟା ଥାନା ଅନ୍ତର୍ଗତ ଇଟାଲ ଗାଁରେ କିଛି ଲୋକେ ଗୁଣି ଗାରେଡି କରୁଥିବା ନେଇ ସଂପୃକ୍ତ ପରିବାରକୁ ସନ୍ଦେହ କରିଥିଲେ । ସେମାନଙ୍କ ପରିବାର ଜଣକୁ ଗୁଣି ହୋଇଥିବା ସନ୍ଦେହରେ ଗ୍ରାମର କିଛି ଲୋକ ଘରେ ପଶି ୫ ଜଣଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିଲେ । ଖବର ପାଇ କୋଣ୍ଟା ଥାନା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି ।