spot_img

Latest Posts

ଯୁକ୍ତ ଦୁଇ ଫଳରେ ବି ପୁଅ ତୁଳନାର ଝିଅ ଆଗରେ

ଭୁବନେଶ୍ୱର : ଯୁକ୍ତ ଦୁଇ ଫଳରେ ବି ପୁଅ ତୁଳନାର ଝିଅ ଆଗରେ। କଳାରେ ପାସ ହାର ୮୦. ୯୫ ପ୍ରତିଶତ ଥିବାବେଳେ ବିଜ୍ଞାନରେ ପାସ ହାର ରହିଛି ୮୬.୯୩ ପ୍ରତିଶତ। ବାଣିଜ୍ଯରେ ପାସହାର ୮୨.୨୭ ପ୍ରତିଶତ ଥିବାବେଳେ ଧନ୍ଦାମୂଳକ ପାସହାର ରହିଛି ୬୮.୦୨ ପ୍ରତିଶତ। ଗୋଟିଏ ଦିନରେ କଳା, ବାଣିଜ୍ଯ, ବିଜ୍ଞାନ ଓ ଧନ୍ଦାମୂଳକ ଫଳ ପ୍ରକାଶ ପାଇଛି। ସବୁ ଷ୍ଟ୍ରିମରେ ପୁଅ ତୁଳନାରେ ଝିଅ ଭଲ କରିଥିବାବେଳେ କୌଣସି ପ୍ରତିଷ୍ଠାନରେ ଜିରୋ ରେଜଲ୍ଟ ହୋଇନାହିଁ। ଡିଜି ଲକରରେ ମାର୍କସିଟ୍ ଉପଲବ୍ଧ ହେଉଥିବାବେଳେ ପୂର୍ବବର୍ଷ ପରି କଲେଜରୁ ବି ଫଳ ଉପଲବ୍ଧ ହୋଇପାରିବ। www.orissaresults.nic.inରେ ରେଜଲ୍ଟ ଉପଲବ୍ଧ ହୋଇଛି । କଳାରେ ମୋଟ ୨ ଲକ୍ଷ ୩୫ ହଜାର ୨୧୮ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ଯେଉଁଥିରୁ ୧ ଲକ୍ଷ ୯୦ ହଜାର ୪୨୯ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହେଇଛନ୍ତି । ବିଜ୍ଞାନରେ ମୋଟ ୧ ଲକ୍ଷ ୧୫ ହଜାର ୮୯୫ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ଯେଉଁଥିରୁ ୧ଲକ୍ଷ ୭୫୭ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହେଇଛନ୍ତି ।

ସେହିପରି ବାଣିଜ୍ୟରେ ମୋଟ ୨୫ ହଜାର ୮୯୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ଯେଉଁଥିରୁ ୨୧ ହଜାର ୩୦୮ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହେଇଛନ୍ତି । ଚଳିତବର୍ଷ ଫେବୃଆରୀ ୧୬ରୁ ମାର୍ଚ୍ଚ ୨୦ ତାରିଖ ଯାଏଁ ଯୁକ୍ତ ଦୁଇ ପରୀକ୍ଷା ହୋଇଥିଲା ।  ରାଜ୍ୟରେ ୩ ଲକ୍ଷ ୮୬ ହଜାର ୨୫୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ବିଜ୍ଞାନରେ ୧ଲକ୍ଷ ୧୬ ହଜାର ୪୪୭ , କଳାରେ ସର୍ବାଧିକ ୨ ଲକ୍ଷ ୩୬ ହଜାର ୪୨୫, ବାଣିଜ୍ୟରେ ୨୫,୯୬୦ ଓ ଧନ୍ଦାମୂଳକ ରେ ୫,୭୬୫ ଜଣ ଛାତ୍ର ଛାତ୍ରୀ ପରୀକ୍ଷା  ଦେଇଥିଲେ । ସାରା ରାଜ୍ୟରେ ୧୧୫୦ ପରୀକ୍ଷା ସେଣ୍ଟର୍ ସହ ୨୦୨ଟି ହବ କରାଯାଇଥିଲା ।

Latest Posts

Don't Miss