ବାଲି ମାଫିଆଙ୍କ ରାଜୁତି: ବେଆଇନ୍ ଭାବେ ହେଉଛି ଟ୍ରିପ୍ ଟ୍ରିପ୍ ବାଲି ଚାଲାଣ

1 min read

ଯାଜପୁର,(ତପନ ମହାନ୍ତି): ଯାଜପୁର ପାଲଟିଛି ବାଲି ମାଫିଆଙ୍କ ଭୂସ୍ୱର୍ଗ । ପ୍ରତ୍ୟେକ ଦିନ ହଜାର ହଜାର ଟ୍ରିପ ବାଲି ଯାଜପୁର ଜିଲ୍ଲାରୁ ଅନ୍ୟସ୍ଥାନକୁ ଚୋରା ଚାଲଣ କରାଯାଉଛି । ଅଭିଯୋଗ କଲେ କାର୍ଯ୍ୟାନୁଷ୍ଠାନ ହେଉନି କି ଘଟଣାର ବିଧିବଦ୍ଧ ତଦନ୍ତ କରାଯାଉ ନାହିଁ । ବାଲି ମାଫିଆଙ୍କ ଚରାଭୂଇଁ ପାଲଟିଛି ଯାଜପୁର ଜିଲ୍ଲା । ୪ଟି ନଦୀରୁ ବିପୁଳ ପରିମାଣ ବାଲି ବେଆଇନ ଭାବେ ଚାଲାଣ କରାଯାଉଛି ।

  ୧୧ଟି ତହସିଲ ଅଧୀନରେ ଥିବା ୧୦ଟି ବ୍ଲକ ଓ ୨ଟି ପୌରାଞ୍ଚଳରୁ ବେଆଇନ ଭାବେ ବାଲି ଚାଲାଣ ହେଉଥିବା ଅଭିଯୋଗ ହୋଇଛି  । କିଛି ଦିନ ପୂର୍ବରୁ ବୁଢ଼ାନଦୀର ଅଡଙ୍ଗ ଘାଟରୁ ହଜାର ହଜାର ଟ୍ରିପ ବାଲି ଅକାମୀ ଆର ଫର୍ମରେ ଉଠାଯିବାକୁ ନେଇ ଦ୍ୱନ୍ଦ୍ବରେ ପଡିଛି ପ୍ରଶାସନ । ଶହଶହ  ଟ୍ରିପ ବାଲି ଆର୍‌ ଫର୍ମ ଦ୍ୱାରା କାହା ଛତ୍ରଛାୟା ତଳେ ଉଠୁଛି ତାହା ଏବେ ପ୍ରଶ୍ନ ହୋଇଛି  ।

ବାର୍ଷିକ ୨ ହଜାର ସିଏମ୍ ବାଲି ଉଠାଇବା ପାଇଁ ଅନୁମତି ଥିବା ବେଳେ ଏଠାରୁ ୫ ହଜାର ସିଏମ୍ ବାଲି ଉଠାଯାଉଛି ।  ବାଲି ଉତ୍ତୋଳନ ପାଇଁ ଆର ଫର୍ମ, ଯାହାକୁ ସରକାର ଦେଢ଼ ବର୍ଷ ତଳେ ବନ୍ଦ କରିଥିଲେ ତାକୁ ବ୍ୟବହାର କରିଛନ୍ତି ମାଫିଆ। ନଦୀରେ ମେସିନ୍ ଲଗାଇ ବାଲି ଉଠାଇ ଚାଲାଣ ହେଉଥିବା ଅଭିଯୋଗ ହୋଇଛି  । ଏନେଇ ବାରମ୍ବାର ଅଭିଯୋଗ କରିବା ସତ୍ତ୍ବେ ବି ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ  । ପୂର୍ବରୁ ବେଆଇନ ଭାବେ ମୋରମ୍ ଚାଲାଣ କରାଯାଉଥିବା ଅଭିଯୋଗ ହୋଇଥିବା ବେଳେ ଏବେ ବାଲି ମାଫିଆଙ୍କ ରାଜ୍‌ ସାମ୍ନାକୁ ଆସିଛି ।

Realme ଆଣିଲା 6000mAh ବ୍ୟାଟେରୀର ଶସ୍ତା ସ୍ମାର୍ଟଫୋନ୍

 

Leave a Reply