ଜବତ ହେଲା ୫ଲକ୍ଷର ବେଆଇନ ବାଣ
1 min readଦୀପାବଳିକୁ ଆଉ ଗୋଟିଏ ଦିନ ବାକି ଥିବା ବେଳେ ଆଜି କଟକର ବିଭିନ୍ନ ବାଣ ଦୋକାନ ଉପରେ ଚଢ଼ାଉ ହୋଇଛି । ବିନା ଲାଇସେନ୍ସ ପ୍ରାପ୍ତ ଗୋଦାମରେ ତିଆରି ହେଉଥିଲା ଲକ୍ଷ ଳକ୍ଷ ଟଙ୍କାର ବେଆଇନ୍ ବାଣ । ଯାହାକୁନେଇ କଟକ ଜଗତପୁର ଥାନା ଅନ୍ତର୍ଗତ ପଦ୍ମପୁର, ତ୍ରିଲୋଚନପୁର ଓ କାଜି ବଜାରରେ ଏହି ଚଢ଼ାଉ କରାଯାଇଛି । କଟକ ଜଗତପୁର ଥାନା ପକ୍ଷରୁ ଏହି ଚଢ଼ାଉ ହୋଇଛି ।
ଚଢ଼ାଉ ବେଳେ ପୋଲିସ ୩ ଜଣଙ୍କୁ ଗିରଫ କରିବା ସହ ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବେଆଇନ୍ ବାଣ ଜବତ କରାଯାଇଛି । ସୂଚନା ମୁତାବକ ପୋଲିସ ପଦ୍ମପୁର, ତ୍ରିଲୋଚନପୁର ଓ କାଜି ବଜାରରେ ବେଆଇନ ବାଣ ଗୋଦାମ ଚାଲିଥିବା କୌଣସି ସୂତ୍ରରୁ ଖବର ପାଇଥିଲା । ଆଜି ସକାଳେ ପୁଲିସ୍ ଏହି ସବୁ ସ୍ଥାନରେ ଚଢ଼ାଉ କରିଥିଲା । ଏହି ଚଢ଼ାଉରେ ପୁଲିସ୍ ଏସିପି ଓ ଆଇଆଇସି ସାମିଲ ହୋଇଥିଲେ। ଗତ ସପ୍ତାହରେ ତ୍ରିଲୋଚନପୁର ଏବଂ ମହାଜନପୁର ଅଞ୍ଚଳରେ ପୋଲିସ ଚଢ଼ାଉ କରି ୫୦ ଲକ୍ଷ ଟଙ୍କାର ବାଣ ଜବତ କରିବା ସହ ୧୨ ଜଣଙ୍କୁ ଗିରଫ କରିଥିଲା ।
')}