ମାଡ୍ରାସ ଆଇଆଇଟି ଲଞ୍ଚ କଲା ଦେଶର ପ୍ରଥମ ଷ୍ଟାଣ୍ଡିଂ ହୁଇଲ ଚେୟାର

1 min read

ମାଡ୍ରାସ ଆଇଆଇଟି ଦେଶର ପ୍ରଥମ ଷ୍ଟାଣ୍ଡିଂ ହୁଇଲ ଚେୟାର ଲଞ୍ଚ କରିଛି । ଏହି ହୁଇଲ ଚେୟାରର ବିଶେଷତ୍ୱ ହେଉଛି ଏହାକୁ ଉଭୟ ବସିବା ବେଳେ ଏବଂ ଛିଡ଼ା ହେବା ବେଳେ ବ୍ୟବହାର କରିହେବ । ଏହି  ହୁଇଲଚେୟାରକୁ ଆରିସ ନାମରେ ନାମକରଣ କରାଯାଇଛି। ଚାଲି ନ ପାରି କେବଳ ବସୁଥିବା ବ୍ୟକ୍ତି ଏହାକୁ ବ୍ୟବହାର କରି ଧିରେ ଧିରେ ଚାଲିପାରିବ । ଏହାକୁ ଫିନିକ୍ସ ମେଡିକାଲ ସିଷ୍ଟମ ସହାୟତାରେ ବିକଶିତ କରାଯାଇଛି । ବ୍ୟବହାରକାରୀ ଅନ୍ୟର ସହାୟତା ନ ନେଇ ନିଜେ ଏହାକୁ ପରିଚାଳନା କରିବା ଭଳି ସୁବିଧା ଏଥିରେ ରହିଛି ।

 

ଏହି ହୁଇଲଚେୟାର ଆରିସକୁ କେନ୍ଦ୍ରମନ୍ତ୍ରୀ ଟି.ସି. ଗେହେଲଟଙ୍କ ଉପସ୍ଥିତିରେ ମାଡ୍ରାସ ଆଇଆଇଟିରେ ଉଦଘାଟନ କରାଯାଇଛି । ଫିନିକ୍ସ ମେଡିକାଲର ନିର୍ଦ୍ଦେଶକ ଶଶି କୁମାରଙ୍କ କହିବା ଅନୁଯାୟୀ, ଏହି ହୁଇଲଚେୟାର ଆରିସକୁ ଏନ୍‌ଜିଓ, ଡାକ୍ତରଖାନା, ପୂନର୍ବାସ କେନ୍ଦ୍ର ଏବଂ କ୍ଲିନିକ୍‌ରେ ପୂର୍ବରୁ ପରୀକ୍ଷଣ କରାଯାଇଛି । ପରେ ଏହାକୁ ମାଡ୍ରାସ ଆଇଆଇଟିରେ ଉଦଘାଟନ କରାଯାଇଛି । ଏହି ହୁଇଲଚେୟାରକୁ ଡିଜାଇନ କରିଛି ଟିଟିକେ ସେଣ୍ଟର ଫର ରିହାବିଲିଟେସନ ରିସର୍ଚ୍ଚ ଆଣ୍ଡ ଡିଭାଇସ ଡେଭଲପମେଣ୍ଟ ।

ମେକାନିକାଲ ଇଞ୍ଜିନିୟର ସୁଜାତା ଶ୍ରୀନିବାସଙ୍କ ଉପସ୍ଥିତିରେ ଆଇଆଇଟି ମାଡ୍ରାସରେ ଆରିସର ପରୀକ୍ଷାମୂଳକ ପରିଚାଳନା ସଫଳ ହୋଇଥିଲା । ଆରିସକୁ ୟୁନାଇଟେଡ କିଙ୍ଗଡମ ଭଳି ବାହାର ଦେଶରେ ମାନ୍ୟତା ମିଳିଛି । ଏହାକୁ ମଧ୍ୟ ବଜାରରେ ବ୍ୟବସାୟ ପାଇଁ ଅଗ୍ରାଧିକାର ମିଳିପାରିଛି । ')}

Leave a Reply