ଇମକାର ବାର୍ଷିକ ସମ୍ମିଳନୀ ‘କୁ କନେକ୍‍ସନ ୨୦୨୨’

1 min read

ଭୁବନେଶ୍ୱର: ଭାରତୀୟ ଜନ ସଂଚାର ସଂସ୍ଥାନର ପୁରାତନ ଛାତ୍ର ସଂସଦ (ଇମକା) ଓଡ଼ିଶା ଶାଖାର ୧୦ମ ବାର୍ଷିକ ସମ୍ମିଳନୀ ‘କୁ’ କନେକସନ୨୦୨୨’ ଅନୁଷ୍ଠିତ ହୋଇଛି । ରବିବାର ସନ୍ଧ୍ୟାରେ ହୋଟେଲ ମାରିଅନରେ ଆୟୋଜିତ କାର୍ଯ୍ୟକ୍ରମରେ ‘ଷଷ୍ଠ ଇଫ୍‍କୋ ଇମ୍‍କା ପୁରସ୍କାର’ ପ୍ରଦାନ କରାଯାଇଥିଲା । ବରିଷ୍ଠ ସାମ୍ବାଦିକା ଶାରଦା ଲାହଙ୍ଗୀରଙ୍କୁ ‘ଜର୍ଣ୍ଣାଲିଷ୍ଟ ଅଫ୍‍ ଦ ଇୟର’ (ପ୍ରକାଶନ) ଭାବେ ପୁରସ୍କୃତ କରାଯାଇଥିଲା । ଭାରତୀୟ ଭାଷା ରିପୋର୍ଟର ଅଫ୍‍ ଦ ଇୟର (ପ୍ରସାରଣ) ଭାବେ ଜ୍ୟୋତିସ୍ମିତା ନାୟକ ପୁରସ୍କୃତ ହୋଇଥିଲେ ।

ଏହି କାର୍ଯ୍ୟକ୍ରମରେ ଆଇଆଇଏମସିର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ଡ. ମୃଣାଳ ଚାଟାର୍ଜୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଇମ୍‍କାର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଆଇଆଇଏମସି ଓଡ଼ିଶା ଶାଖା ସଭାପତି ସଞ୍ଜୟ ସାହୁ ସଭାପତିତ୍ୱ କରିଥିଲେ । ପ୍ରତିଷ୍ଠାତା ସଦସ୍ୟ ରିତେଶ ବର୍ମା ସଂସଦର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ କହିଥିଲେ । କରୋନା ମହାମାରୀ ସମୟରେ ସାମ୍ବାଦିକମାନେ ବିଭିନ୍ନ ସମସ୍ୟା ଦେଇ ଗତି କରିଆସୁଛନ୍ତି । ଖୁବ୍‍ ଶୀଘ୍ର ପୁରାତନ ଛାତ୍ରଛାତ୍ରୀ ତଥା ସାମ୍ବାଦିକଙ୍କ ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟ ବୀମା କରିବା ନେଇ ଘୋଷଣା କରିଥିଲେ ।

ଏହି ଅବସରରେ ସଂସ୍ଥାନର ରୌପ୍ୟ ଜୟନ୍ତୀ ବ୍ୟାଚ୍‍ (୧୯୯୬-୯୭) ଛାତ୍ରଛାତ୍ରୀ ବରିଷ୍ଠ ସାମ୍ବାଦିକ ଯଯାତି କରନ, ଶାରଦା ଲାହାଙ୍ଗୀର, ତପନ ସ୍ୱାଇଁ, ପବିତ୍ର ମୋହନ ସେନାପତି, ସଙ୍ଗିତା ଅଗ୍ରୱାଲ, ପ୍ରଦୀପ୍ତ ତ୍ରିପାଠୀଙ୍କୁ ଇମକା ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।

କେନ୍ଦ୍ରୀୟ କମିଟିର ପରିଚାଳନା ପରିଷଦ ସଦସ୍ୟ ଦାଦନ ବିଶ୍ୱକର୍ମା ଯୋଗ ଦେଇଥିଲେ । ଓଡ଼ିଶା ଶାଖା ସମ୍ପାଦକ ଜ୍ୟୋତି ପ୍ରକାଶ ମହାପାତ୍ର, ସମସ୍ତ କାର୍ଯ୍ୟକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବ୍ୟାଚର ପ୍ରାୟ ୧୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗଦେଇଥିଲେ ।