ଆଇଏଏସ ସ୍ତରରେ ବଡଧରଣର ଅଦଳବଦଳ, ବଦଳିଲେ ବହୁ ଜିଲ୍ଲାର ଜିଲ୍ଲାପାଳ

1 min read

ଭୁବନେଶ୍ୱର : ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ  । ବଦଳିଛନ୍ତି ବହୁ ଜିଲ୍ଲାର ଜିଲ୍ଲାପାଳ  । ବୁଧବାର ବିଳମ୍ବିତ ରାତ୍ରିରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି  । ବିଜୟ କୁମାର ଉପାଧ୍ୟାୟ ହୋଇଛନ୍ତି ନିର୍ଦ୍ଦେଶକ ଭାଷା ସଂସ୍କୃତି ବିଭାଗ। ଆଶିଷ ଠାକରେ ହୋଇଛନ୍ତି ସଚିବ, ରାଜସ୍ବ ପର୍ଷଦ। ଦିଲ୍ଲୀପ ରାଉତରାୟ ହୋଇଛନ୍ତି ଭଦ୍ରକ ଜିଲ୍ଲାପାଳ।

କମଳ ଲୋଚନ ମିଶ୍ରଙ୍କୁ ଓସଡମା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କରଯାଇଥିବାବେଳେ ନିଖିଳ ପୱନ କଲ୍ୟାଣ ହୋଇଛନ୍ତି ନିର୍ଦେଶକ, ମୃତ୍ତିକା ସଂରକ୍ଷଣ। ସେହିପରି ବିଜୟ କୁମାର ଦାସ – ଗଜପତି ଜିଲ୍ଲାପାଳ ହୋଇଥିବାବେଳେ ସ୍ମୃତି ରଞ୍ଜନ ପ୍ରଧାନ ହୋଇଛନ୍ତି କେନ୍ଦ୍ରାପଡା ଜିଲ୍ଲାପାଳ। ସୁଧା ଦେବ ସିଂ ହୋଇଛନ୍ତି ଅତିରିକ୍ତ ଶାସନ ସଚିବ, ପଂଚାୟତ୍ତିରାଜ। ପାରୁଲ ପାଟୱାରୀ ହୋଇଛନ୍ତି ଜିଲ୍ଲାପାଳ, ରାୟଗଡା। ଅମ୍ବିତ ଋତୁରାଜଙ୍କୁ କନ୍ଧମାଳ ଜିଲ୍ଲାପାଳ କରାଯାଇଛି। ଶୀଧେଶ୍ୱର ବଳିରାମ ବନ୍ଦର ସମ୍ବଲପୁର ଜିଲ୍ଲାପାଳ ହୋଇଥିବାବେଳେ ଦତ୍ତIତ୍ରେୟ ସିନ୍ଧେ ହୋଇଛନ୍ତି କଟକ ଜିଲ୍ଲାପାଳ।

ହେମକାନ୍ତ ସା ମୟୁରଭଞ୍ଜ ଜିଲ୍ଲାପାଳ ହୋଇଥିବାବେଳେ ବି. ଅନିମେଷ ରେଡ୍ଡୀ ହୋଇଛନ୍ତି ଯାଜପୁର ଜିଲ୍ଲାପାଳ। ଆଶିଷ ପାଟିଲ ମାଲକାନଗିରି ଜିଲ୍ଲାପାଳ ହୋଇଥିବାବେଳେ ଢେଙ୍କାନାଳ ଜିଲ୍ଲାପାଳ ହୋଇଛନ୍ତି ସମେଷ କୁମାର ଉପାଧ୍ୟାୟ। ଶୁଭଙ୍କର ମହାପାତ୍ର ହୋଇଛନ୍ତି ନବରଙ୍ଗପୁର ଜିଲ୍ଲାପାଳ। ସୂର୍ଯ୍ୟବଂଶୀ ମୟୁରବିକାଶ ହୋଇଛନ୍ତି ବାଲେଶ୍ବର ଜିଲ୍ଲାପାଳ। ଜେ ସୋନାଲ ଜଗତସିଂହପୁର ଜିଲ୍ଲାପାଳ ହୋଇଥିବାବେଳେ ପାୱାର ସଚିନ ପ୍ରକାଶ କଳାହାଣ୍ଡି ଜିଲ୍ଲାପାଳ ହୋଇଛନ୍ତି। ଅକ୍ଷୟ ସୁନୀଲ ଅଗ୍ରୱାଲ ନୟାଗଡ ଜିଲ୍ଲାପାଳ ହୋଇଥିବାବେଳେ ସୁନ୍ଦରଗଡ଼ ଜିଲ୍ଲାପାଳ ହୋଇଛନ୍ତି ମନୋଜ ସତ୍ୟବାନ ମହାଜନ। କବିନ୍ଦ୍ର କୁମାର ସାହୁ ଦେବଗଡ଼ ଜିଲ୍ଲାପାଳ, ମଧୁସୂଦନ ଦାସ ନୂଆପଡା ଜିଲ୍ଲାପାଳ, ସୁବ୍ରତ କୁମାର ପଣ୍ଡା, ବୌଦ୍ଧ ଜିଲ୍ଲାପାଳ ହୋଇଛନ୍ତି।