ଇମ୍ଫାଲ ଆକାଶରେ UFO; ଆଲର୍ଟରେ ଭାରତୀୟ ବାୟୁସେନା, ପିଛା କଲା ରାଫେଲ୍ ଜେଟ୍…
1 min readଇମ୍ଫାଲ: ଇମ୍ଫାଲ ଏୟାରପୋର୍ଟ ନିକଟ ଆକାଶରେ ୟୁଏଫୋ ଦେଖାଯିବା ଘଟଣା। ସୂଚନା ମିଳିବା ପରେ ୟୁଏଫଓ ଖୋଜିବାକୁ ଭାରତୀୟ ବାୟୁସେନା ଦୁଇଟି ରାଫେଲ୍ ଫାଇଟର ଏୟାରକ୍ରାଫ୍ଟ ନିୟୋଜିତ କରିଥିଲା।
Indian Air Force scrambled 2 Rafale fighter jets to search for 'UFO' sighted near Imphal
Read @ANI Story | https://t.co/ejDsAjqQGp#IndianAirForce #rafale #UFO pic.twitter.com/dm53tdHEQo
— ANI Digital (@ani_digital) November 20, 2023
ତେବେ ରାଫେଲ୍ ରାଡାରରେ କୌଣସି ଅଜଣା ବିମାନ ବା ଯାନ ଦେଖିବାକୁ ମିଳିନଥିବା ଜଣାପଡିଛି। ହାସିମାରା ଏୟାରଫୋର୍ସ ବେସରୁ ପ୍ରଥମ ରାଫେଲ୍ ଫାଇଟର ୟୁଏଫଓ ଦେଖା ଯାଇଥିବା ସ୍ଥାନକୁ ଜେଟ୍ ଉଡ଼ାଣ ଭରିଥିଲା। କୌଣସି ସୂଚନା ନମିଳିବାରୁ ଡବଲ୍ ଚେକ୍ କରିବା ପାଇଁ ଦ୍ବିତୀୟ ରାଫେଲ୍ ପଠାଯାଇଥିଲା। ହେଲେ ୟୁଏଫଓ ନେଇ କୌଣସି ସୂଚନା ମିଳିନି। ଗତକାଲି ଅପରାହ୍ନ ସାଢେ ୨ଟାରେ ୟୁଏଫଓ ଦେଖା ଦେଇଥିଲା । ଫଳରେ କିଛି କମର୍ସିଆଲ୍ ଫ୍ଲାଇଟର ଉଡ଼ାଣ ପ୍ରଭାବିତ ହୋଇଥିଲା।