ଦିଲ୍ଲୀରେ ପହଞ୍ଚିଲା CDS ବିପିନ ରାଓ୍ୱତଙ୍କ ପାର୍ଥିବ ଶରୀର

1 min read

ନୂଆଦିଲ୍ଲୀ: ଦିଲ୍ଲୀ ପାଲମ ଏୟାରବେସରେ ପହଞ୍ଚିଲା ଭାରତର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ବିପିନ୍ ରାଓ୍ୱତଙ୍କ ପାର୍ଥିବ ଶରୀର । ସିଡିଏସ ବିପିନ ରାଓ୍ୱତଙ୍କ ସହ ତାଙ୍କ ପତ୍ନୀ ମଧୁଲିକା ରାଓ୍ୱତ ଓ ଏହି ଦୁର୍ଘଟଣାରେ ସହିଦ ହୋଇଥିବା ୧୧ ଜଣ ସେନା ଅଧିକାରୀଙ୍କ ପାର୍ଥିବ ଶରୀର ଦିଲ୍ଲୀରେ ପହଞ୍ଚିଛି । ଅନ୍ତିମ ଦର୍ଶନ କରିବା ପାଇଁ ଦିଲ୍ଲୀର ପାଲମ ଏୟାରବେସରେ ସହିଦ ହୋଇଥିବା ସେନା ଅଧିକାରୀଙ୍କ ପରିବାର ମଧ୍ୟ ପହଞ୍ଚିଛନ୍ତି । ଆଜି ସନ୍ଧ୍ୟା ୮.୩୦ରୁ ବିପିନ ରାଓ୍ୱତଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବ । ଏହି ଶ୍ରଦ୍ଧାଞ୍ଜଳି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, NSA  ଅଜିତ ଡେଭାଲ ଏବଂ ତିନି ସେନାର ମୁଖ୍ୟ ଏହି ଶ୍ରଦ୍ଧାଞ୍ଜଳି ସମାରୋହରେ ଯୋଗ ଦେବେ । ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଶେଷ ହେବା ପରେ ପରିବାରଙ୍କୁ ପାର୍ଥିବ ଶରୀର ହସ୍ତାନ୍ତର କରାଯିବ ।

ଜେନେରାଲ ବିପିନ ରାଓ୍ୱତଙ୍କ ପାର୍ଥିବ ଶରୀର ୧୦ ଡିସେମ୍ବର ଅର୍ଥାତ ଶୁକ୍ରବାର ତାଙ୍କ ବାସଭବନରେ ଅନ୍ତିମ ଦର୍ଶନ ପାଇଁ ରଖାଯିବ । ଶୁକ୍ରବାର ଦିନ ୧୧ ରୁ ୧୨.୩୦ ପର୍ଯ୍ୟନ୍ତ ସାଧାରଣ ଲୋକ ବିପିନ ରାଓ୍ୱତଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଇପାରିବେ । ସେହିପରି ୧୨.୩୦ ରୁ ୧.୩୦ ପର୍ଯ୍ୟନ୍ତ ସେନା ଅଧିକାରୀ ଜେନେରାଲ ବିପିନ ରାଓ୍ୱତଙ୍କୁ ଅନ୍ତିମ ଦର୍ଶନ କରିବେ । ଏହା ପରେ ରାଷ୍ଟ୍ରିୟ ମର୍ଯ୍ୟାଦା ସହ ବିପିନ୍ ରାଓ୍ୱତଙ୍କ ଅନ୍ତିମ ସଂସ୍କାର କରାଯିବ ।

Leave a Reply