ବାହାଘର ୫ ସପ୍ତାହ ପରେ ଯୁବକଙ୍କୁ ହେଲା କ୍ୟାନସର , ଦେଖନ୍ତୁ ସ୍ତ୍ରୀର ସ୍ୱାମୀ ପ୍ରତି ଭଲପାଇବା…
1 min readହିନ୍ଦୁ ଧର୍ମରେ ବିବାହ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଏକ ପବିତ୍ର ବନ୍ଧନ । ବିବାହ ପରଠୁ ଦୁହେଁ ଦୁହିଁଙ୍କ ସହ ଜନ୍ମ ଜନ୍ମ ପାଇଁ ବାନ୍ଧିହୋଇଯାନ୍ତି ଏବଂ ପରସ୍ପରର ସୁଖଦୁଃଖର ସାଥୀ ହୋଇଥାନ୍ତି । ଭଲରେ ହେଉ କିମ୍ବା ମନ୍ଦରେ ପରସ୍ପରରେ ସହଯୋଗ କରନ୍ତି । ଏହି ଭଲପାଇବା କେବଳ ଭାରତରେ ନୁହେଁ ବିଶ୍ୱର କୋଣ ଅନୁକୋଣରେ ଦେଖିବାକୁ ମିଳେ । ମାତ୍ର ବର୍ତ୍ତମାନ ସୋସିଆଲ ମିଡିଆରେ ପ୍ରକୃତ ଭଲପାଇବାର ଉଦାହରଣ ପାଲଟିଛନ୍ତି ଦୁହେଁ ସ୍ୱାମୀ-ସ୍ତ୍ରୀ । ୨୨ ବର୍ଷର ଜଣେ ଯୁବକ ବାହାଘରର ମାତ୍ର ୫ ସପ୍ତାହ ପରେ ସେ କ୍ୟାନସର ରୋଗରେ ପୀଡ଼ିତ ବୋଲି ଜାମିବାକୁ ପାଇଲେ । ଏହି ଯୁବକ ଜଣକ ନିଜ ଟ୍ୱିଟର ଆକାଉଣ୍ଟ @theyoungretireeରେ ନିଜର ସମସ୍ତ ଘଟଣା ପୋଷ୍ଟ କରିଥିଲେ । ସେ କହିଥିଲେ କି କିଛି ଦିନ ତଳେ ହଠାତ୍ ତାଙ୍କ ନାକରୁ କକ୍ତ ବାହାରିବା ସହ ଶରୀରରେ ରକ୍ତ ଜମାଟ ବାନ୍ଧି ଯାଇଥିଲା । ଯାଞ୍ଚ କରିବା ପରେ ବାହାଘରର ୫ ସପ୍ତାହ ସେ ଜାଣିବାକୁ ପାଇଥିଲେଯେ ସେ କ୍ୟାନସର ପୀଡ଼ିତ ।
Here’s a picture of me and my beautiful wife. We got married 5 weeks ago. Kinda crazy we are already dealing with cancer together. But love is through “sickness and health”. Very grateful for my wife and for finding her when I did. I know I need her to get through this. pic.twitter.com/ALxfv0Kmm8
— sky (@skylerabilla) October 31, 2021
ସେ ନିଜ ପତ୍ନୀଙ୍କ ସହ ଡାକ୍ତରଖାନାରେ ଏକ ଫଟୋ ନିଜ ଟ୍ୱିଟର ଆକାଉଣ୍ଟରେ ଛାଡ଼ିଥିଲେ ଏବଂ ତାଙ୍କ ପତ୍ନୀ ଏହି ଦୁଃଖ ସମୟରେ ତାଙ୍କ ସହ ଥିବାରୁ ସେ ଖୁସି ଅଛନ୍ତି ବୋଲି ସେ ଲେଖିଛନ୍ତି । ବ୍ୟକ୍ତି ଜଣକ ଏହି ଫଟୋ ପୋଷ୍ଟ କରିବା ପରେ ଏଥିରେ ୨ ଲକ୍ଷ ୪୯ ହଜାର ଲାଇକ ଆସିଥିବା ବେଳେ ୩ ହଜାର ଲୋକ ଏଥିରେ କମେଣ୍ଟ ଦେଇଥିଲେ ।