ସ୍ତ୍ରୀକୁ ଶାବଳରେ ଭୁସି ହତ୍ୟାକଲା ସ୍ବାମୀ

ନନ୍ଦିଘୋଷ ବ୍ୟୁରୋ: ସ୍ତ୍ରୀକୁ ଶାବଳରେ ଭୁସି ହତ୍ୟାକଲା ସ୍ବାମୀ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସଦର ଥାନା ଅନ୍ତର୍ଗତ ରୋହିଗାଁରେ ଘଟିଛି ହତ୍ୟାକାଣ୍ଡ । ସ୍ତ୍ରୀ ଝୁନୁ ଜେନାଙ୍କ ମୃତ୍ୟୁ ଘଟିଛି। ସ୍ୱାମୀ ରାଜୁ ଜେନାକୁ ଅଟକ ରଖି ପୋଲିସ ତଦନ୍ତ ଚଳାଇଛି । ଘରେ କୌଣସି କଥାକୁ ନେଇ ସ୍ତ୍ରୀ ପେଟକୁ ଶାବଳ ଭୁଶି ଦେଇଥିଲା ରାଜୁ। ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଅଘଟଣ। ସାଇଣ୍ଟିଫିକ ଟିମ ଆଜି ତଦନ୍ତ କରିବା ପରେ ଶବ ବ୍ୟବଛେଦ କରାଯିବ ବୋଲି ସୂଚନା ରହିଛି ।