ସ୍ତ୍ରୀକୁ ଦେହ ବ୍ୟବସାୟ କରିବା ପାଇଁ ବାଧ୍ୟ କରିବା ସହ ମାଡ଼ ମାରି ସ୍ୱାମୀ ଗିରଫ

1 min read

ଭୁବନେଶ୍ୱର: ସ୍ଵାମୀ ସ୍ତ୍ରୀ ପବିତ୍ର ସମ୍ପର୍କରେ କଳଙ୍କ । ଦୀର୍ଘ ୭ ବର୍ଷ ହେବ ନିଜ ସ୍ତ୍ରୀକୁ ଏକ କୋଠରୀରେ ବନ୍ଦ ରଖି ଦେହ ବ୍ୟବସାୟରେ ଲଗାଉଥିବା ଭଳି ସଙ୍ଗିନ ଘଟଣା ଦେଖୁବାକୁ ମିଳିଛି ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ । ଏପରିକି ନିଜ ସ୍ତ୍ରୀ ଦେହ ବ୍ୟବସାୟ କରିବାକୁ ରାଜି ନହେବାରୁ ତାଙ୍କୁ ଲୁହାରଡରେ ମରଣାନ୍ତକ ଆକ୍ରମଣ କରିବା ସହ ମାରିଦେବାକୁ ଉଦ୍ୟମ କରିଛି ସ୍ଵାମୀ ।

ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ମହିଳା ଏବଂ ତାଙ୍କର ପାଞ୍ଚ ବର୍ଷର କନ୍ୟାକୁ ଉଦ୍ଧାର କରିବା ସହ ସ୍ୱାମୀକୁ କାବୁ କରିଛି । ଫୁଲବାଣୀ ତୁମୁଡ଼ିବନ୍ଧ ଅଞ୍ଚଳର ମହିଳା ଜଣକ ୧୦ ବର୍ଷ ପୂର୍ବେ ଚନ୍ଦ୍ରଶେଖରପୁର ଅଞ୍ଚଳକୁ କାମ କରିବା ପାଇଁ ଆସିଥିଲେ । ସେହି ସମୟରେ ଏହି ଥାନା ଅନ୍ତର୍ଗତ ପଦ୍ମାବତି ବିହାର ଅଞ୍ଚଳରେ ଅଟୋ ଚଳାଉଥିବା ପଟ୍ଟାମୁଣ୍ଡାଇ ଡାମରପୁର ଅଞ୍ଚଳର ଚନ୍ଦନ ଆଚାର୍ଯ୍ୟଙ୍କ ସହ ଦେଖା ହୋଇଥିଲା ।

ଚନ୍ଦନ ସମ୍ପୃକ୍ତ ମହିଳାକୁ ନିଜ ପ୍ରେମ ଜାଲରେ ଫସାଇ ବାହା ହୋଇଥିବା ପୀଡ଼ିତା ଜଣକ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି । ପ୍ରଥମେ ୨ ବର୍ଷ ସେମାନଙ୍କ ସଂସାର ଠିକ ଚାଲିଥିଲା । ପରେ ଚନ୍ଦନ ଜବରଦସ୍ତି ନିଜ ସ୍ତ୍ରୀଙ୍କୁ ଦେହ ବ୍ୟବସାୟରେ ଲଗାଇଥିଲା । ଏପରିକି ତାଙ୍କୁ ଦୀର୍ଘ ୭ ବର୍ଷ ହେବ ଗୋଟିଏ ଘରେ ରଖି ସେକ୍ସ ରାକେଟ୍ ଚଳାଉଥିବା ପୀଡ଼ିତା କହିଛନ୍ତି । ଘଟଣା ବିଷୟରେ ପୁଲିସ କୌଣସି ସୂତ୍ରରୁ ଖବର ପାଇ ସେମାନେ ରହୁଥିବା ଘରେ ଚଢ଼ଉ କରି ମା’- ଝିଅଙ୍କୁ ଉଦ୍ଧାର କରିବା ସହ ଚନ୍ଦନକୁ କାବୁ କରି ଥାନାକୁ ଆଣିଛି ।

Leave a Reply