ଝିଅ ହେଲା ବୋଲି ସ୍ତ୍ରୀକୁ ସ୍ୱାମୀର ନିର୍ଯାତନା

ଭୁବନେଶ୍ୱର: ଝିଅ ହେଲା ବୋଲି ସ୍ତ୍ରୀକୁ ସ୍ୱାମୀର ନିର୍ଯାତନା । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱରରେ । ଛାଡପତ୍ର ନ ଦେଇ ଦ୍ୱିତୀୟ ବିବାହ । ନ୍ୟାୟ ପାଇଁ ଥାନାକୁ ଦୌଡି ଦୌଡି ନୟାନ୍ତ ହେଲେଣି ସ୍ତ୍ରୀ ନଗମା ବେଗମ । ଏହି ମାମଲାରେ ସ୍ୱାମୀ ମିରାଜ ହୁସେନଙ୍କ ନାମରେ ଅଭିଯୋଗ କରିଛନ୍ତି ସ୍ତ୍ରୀ ନଗମା ବେଗମ । ୨୦୧୩ ମସିହାରେ ଡୁମଡୁମା ଅଞ୍ଚଳର ମିରାଜ ହୁସେନକୁ ବିବାହ କରିଥିଲେ ନଗମା । ବିବାହର ଗୋଟିଏ ବର୍ଷ ପରେ ଝିଅ ଜନ୍ମ ହୋଇଥିଲା । ଆଉ ତା ପରେ ସ୍ୱାମୀ ତାଙ୍କୁ ଝିଅ ଜନ୍ମ ହେବାଠାରୁ ନିର୍ଯାତନା ଦେଉଥିବା ସେ ଅଭିଯୋଗ କରିଛନ୍ତି । ୨୦୧୮ ପରଠାରୁ ଅସୁରକ୍ଷିତ ମଣି ନିଜ ମାଆ ପାଖରେ ରହୁଛନ୍ତି ନଗମା ବେଗମ । ତେବେ ନିର୍ଯାତନା ନେଇ ଖଣ୍ଡିଗିରି ଥାନାରେ ଅଭିଯୋଗ କରିଥିଲେ ନଗମା । ଏପରିକି ସ୍ୱାମୀଙ୍କୁ ଗିରଫ ନେଇ କୋର୍ଟରୁ ୱାରେଣ୍ଟ ଇସ୍ୟୁ ହୋଇଥିଲେ ମଧ୍ୟ ପୋଲିସ ଗିରଫ କରୁ ନଥିବା ନେଇ ଅଭିଯୋଗ କରିଛନ୍ତି ନଗମା ବେଗମ ।