ଫ୍ଲୋରିଡାରେ ଭୟଙ୍କର ପ୍ରଳୟ ଘଟାଇଲା ‘ହରିକେନ ଇୟାନ’
1 min readଆମେରିକା ଫ୍ଲୋରିଡାରେ ଭୟଙ୍କର ପ୍ରଳୟ ଘଟାଇଲା ‘ହରିକେନ ଇୟାନ’ । କାଟାଗୋରୀ ୪ ଝଡ଼ରେ ସାରା ଫ୍ଲୋରିଡା ହୋଇଛି ଛାରଖାର । ରାଷ୍ଟ୍ରପତି ଜୋ ବାଇଡେନ ଏହାକୁ ପ୍ରମୁଖ ବିପର୍ଯ୍ୟୟ ଘୋଷଣା କରିଥିବାବେଳେ ଫେଡେରାଲ ଡିଜାଷ୍ଟର ଫଣ୍ଡରୁ ପାଣ୍ଠି ମଞ୍ଜୁର କରିଛନ୍ତି । ଫ୍ଲୋରିଡା ଇତିହାସରେ ଏହା ସବୁଠାରୁ ବଡ଼ ବିପତ୍ତି ବୋଲି ସେ କହିଛନ୍ତି । ତେଣେ ଆଜି ପୁଣି ଫ୍ଲୋରିଡାରେ ଦ୍ୱିତୀୟ ଥର ଲାଗି ହରିକେନ ଇୟାନ ଲ୍ୟାଣ୍ଡଫଲ୍ କରିବ ବୋଲି ସୂଚନା ଦେଇଛି ଆମେରିକା ନ୍ୟାସନାଲ ହରିକେନ ସେଣ୍ଟର ।
ଫ୍ଲୋରିଡା ଗଭର୍ଣ୍ଣର କହିଛନ୍ତି- ଅତୀତ ୫୦୦ ବର୍ଷ ଇତିହାସରେ ଏପରି ପ୍ରଳୟ ଫ୍ଲୋରିଡାରେ ଘଟି ନଥିଲା । ଫ୍ଲୋରିଡାରେ ପ୍ରାୟ ୨୫ ଲକ୍ଷ ଘରେ ଓ ଅଫିସରେ ବିଦ୍ୟୁତ ବିଚ୍ଛିନ୍ନ ହୋଇଛି । । ତେଣେ ପରିବର୍ତ୍ତିତ ଜଳବାୟୁ ଉପରେ ଦୋଷ ଦେଇଛନ୍ତି ପାଣିପାଗ ବିଜ୍ଞାନୀ । ବିଶ୍ବରେ ତାପମାତ୍ରା ବୃଦ୍ଧି ଯୋଗୁ ଏପରି ପ୍ରଳୟ ଘଟୁଛି ବୋଲି କହିଛନ୍ତି ରୟାଲ ମେଟେରୋଲୋଜିକାଲ ସୋସାଇଟିର ଗବେଷକ ଡକ୍ଟର ଲିଜ ବେଣ୍ଟଲି । ଭୟଙ୍କର ବାତ୍ୟା, ସମୁଦ୍ର ଜଳପତ୍ତନ ବୃଦ୍ଧି ଆଦି ଘଟିବ ବୋଲି ସେ କହିଛନ୍ତି । ସେହିପରି ନ୍ୟାସନଲା ସେଣ୍ଟର ଫର ଆଟମୋସ୍ଫିହରିକ ସାଇନସର ଗବେଷକ ଡକ୍ଟର ରେନହାର୍ଡ ସିମାନ ବି କହିଛନ୍ତି ସମାନ କଥା ।