ନବରଙ୍ଗପୁରରେ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତିଲେ ୪୫ ଯାତ୍ରୀ

1 min read

ନବରଙ୍ଗପୁର : ବସ୍ ଚାଲିଥିବା ବେଳେ ହଠାତ୍ ବାହାରିଗଲା ପଛପଟେ ଥିବା ୪ଟି ଚକା । ସେତେବଳେ ବସରେ ଥିଲେ ୪୫ରୁ ଅଧିକ ଯାତ୍ରୀ । ମାତ୍ର ଡ୍ରାଇଭରର ଉପସ୍ଥିତ ବୁଦ୍ଧି କାରଣରୁ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତିଗଲେ ସବୁ ଯାତ୍ରୀ । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ମହେନ୍ଦ୍ରୀ ଛକ ନିକଟରେ ଏମ.ଏସ.ବି ନାମକ ଘୋରୋଇ ଯାତ୍ରୀବାହି ବସ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ଗାଡିଟି ଉମରକୋଟରୁ ବାହାରି ନବରଙ୍ଗପୁର ଅଭିମୁଖେ ଯାଉଥିବା ବେଳେ ୩୯ ନମ୍ବର ରାଜ୍ୟ ରାଜପଥ ଉପରେ ଗାଡିର ଚାରୋଟି ଚକ ବାହାରିଯାଇଥିଲା । ଯାହାଫଳରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଚାଲିଯାଇଥିଲା । ଗାଡିର ଚକ ବାହାରିଯିବା ପରେ ତୁରନ୍ତ ଡ୍ରାଇଭର ଗାଡିକୁ ବ୍ରେକ୍ ମାଧ୍ୟମରେ ସେଇଠି ଅଟକାଇ ଦେଇଥିଲେ ।

ଏହାପରେ ସବୁ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ତଳକୁ ଅଣାଯାଇଥିଲା । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି । ତେବେ ବସରୁ ଚକା ବାହାରିଗଲା କେମିତି ସେ ନେଇ ତଦନ୍ତ ଦାବି କରିଛନ୍ତି ସ୍ଥାନୀୟ ଲୋକେ । ଆରଟିଓ ଏବଂ ପୋଲିସ ପକ୍ଷରୁ ସବୁ ନିୟମ ଯାଞ୍ଚ ହେଉଥିବା ବେଳେ ଗାଡ଼ିର ଫିଟନେସ୍ କିଭଳି ଯାଞ୍ଚ କରାଗଲା ନାହିଁ ସେ ନେଇ ସେମାନେ ପ୍ରଶ୍ନ ଉଠାଇଛନ୍ତି । ଏତେ ସଂଖ୍ୟକ ଲୋକଙ୍କୁ ନେଇ ଯାଉଥିବା ବସର ଫିଟନେସ୍ ଥିଲା କି ନାହିଁ ତାହା ମଧ୍ୟ ସନ୍ଦେହ ଘେରରେ ।

')}

Leave a Reply