କେଉଁଠୁ ଆସିଲା ବାତ୍ୟା ବୁଲବୁଲ୍ ଓ କାହିଁକି ଏହାକୁ ଭୟଙ୍କର ମନେକରାଯାଉଛି ?

ଭୁବନେଶ୍ୱର: ଭାରତ ଓ ବାଲାଂଦେଶକୁ ଏବେ ବାତ୍ୟା ‘ବୁଲବୁଲ’ର ଭୟ। ଭୟଙ୍କର ରୂପ ଧାରଣ କରି ସ୍ଥଳଭାଗ ଆଡ଼କୁ ମାଡିଆସୁଛି ବାତ୍ୟା ବୁଲବୁଲ୍ । ଏହାର ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବର୍ଷା ମଧ୍ୟ ଆରମ୍ଭ ହେଲାଣି । ପଶ୍ଚିମବଙ୍ଗର ସୁନ୍ଦରବନରେ ବାତ୍ୟା ଲ୍ୟାଣ୍ଡଫଲ୍ କରିବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ ଏ ବାତ୍ୟାର ନାଁ, ଯାତ୍ରା ଆରମ୍ଭରୁ ବୁଲବୁଲ୍ ନଥିଲା ।

ସାମୁଦ୍ରିକ ଝଡ଼ ‘ମାଟମୋ’ ୧୮୦୦ କିମି ଅତିକ୍ରମ କରିବା ପରେ ଏବେ ପୁଣିଥରେ ବଳ ଗୋଟାଇ ସ୍ଥଳଭାଗ ଆଡକୁ ମୁହାଁଇ ଚାଲିଛି । ବହୁ ସାମୁଦ୍ରିକ ଝଡ଼ର ଜନ୍ମସ୍ଥାନ ଫିଲିପାଇନ୍ସ ସମୁଦ୍ରରେ ‘ମାଟମୋ‘  ବାତ୍ୟା ଅକ୍ଟୋବର ୨୪ ତାରିଖରେ ଆରମ୍ଭ ହୋଇଥିଲା । ପରେ ଏହା ଅତି ଭୟଙ୍କର ରୂପରେ ଦକ୍ଷିଣ ଚୀନ୍ ସମୁଦ୍ର ଦେଇ ଗତିକରିବାରେ ଲାଗିଲା । କେନ୍ଦ୍ରୀୟ ଫିଲିଫାଇନ୍ସରେ ବର୍ଷା ସହ ବନ୍ୟା ସ୍ଥିତି ମଧ୍ୟ ସୃଷ୍ଟି ହେଲା । ଅକ୍ଟୋବର ୩୧ ତାରିଖରେ ଭିଏତନାମ୍ ଉପକୂଳରେ ଲ୍ୟାଣ୍ଡଫଲ୍ କରିଥିଲା ବାତ୍ୟା ‘ମାଟମୋ’ । ସେତେବେଳେ ଏହାର ବେଗ ଘଣ୍ଟାପ୍ରତି ୧୨୦ କିମି ରହିଥିଲା ।

ଥରେ ଲ୍ୟାଣ୍ଡଫଲ୍ ହେବା ପରେ ବାତ୍ୟା ସାଧାରଣତଃ ଦୁର୍ବଳ ହୋଇଥାଏ, କିନ୍ତୁ ମାଟମୋ କ୍ଷେତ୍ରରେ ଏହାର ବୀପରିତ ଦେଖିବାକୁ ମିଳିଲା। ୨୭ ଡିଗ୍ରୀ ସେଲସିୟସ୍ ଉପରକୁ ରହୁଥିବା ଯେକୌଣସି ସାମୁଦ୍ରିକ ଝଡକୁ ପୁଣିଥରେ ବଳ ମିଳିପାରେ । ସେହି ପ୍ରକ୍ରିୟାରେ ‘ମାଟମୋ’ ପୁଣି ଥରେ ସମୁଦ୍ରରୁ ବଳ ପାଇଲା । ପୁନର୍ଜନ୍ମ ହେଲା ବୁଲବୁଲ ଆକାରରେ । ବ୍ୟାଙ୍କକ ଏବଂ ଲପ ବୁରୀରୁ ବଳ ଗୋଟାଇ ମିଆଁମାର ଆଡକୁ ଅଗ୍ରସର ହେଲା ବାତ୍ୟା । ଏହାର ପ୍ରଭାବରେ ସମୁଦ୍ର ମଧ୍ୟରେ ୭ ଫୁଟର ଜୁଆର ସୃଷ୍ଟି ହୋଇଥିଲା । ସେ ଦୃଷ୍ଟିରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବାକୁ କୁହାଯାଇଥିଲା । ଏହାପରେ ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁଁହା ହେଲା ବାତ୍ୟା ବୁଲବୁଲ ।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ‘ମାଟମୋ’ର ନାଁ ବୁଲବୁଲ ଦିଆଗଲା । ରବିବାର ଏହା ଲ୍ୟାଣ୍ଡ ଫଲ୍ କରିବାର ଆଶଙ୍କା ରହିଛି । ଏହା ପଶ୍ଚିମବଙ୍ଗର କିଛି ସ୍ଥାନରେ କ୍ଷତି ଘଟାଇବା ସହ ଓଡ଼ିଶାର ବହୁ ଜିଲ୍ଲାରେ ପ୍ରବଳ ବର୍ଷା କରିପାରେ । ୧୯୬୦ ପରେ ମାଟମୋ ହେଉଛି ଚତୁର୍ଥ ଏଭଳି ବାତ୍ୟା ଯାହା ଥରେ ଲ୍ୟାଣ୍ଡଫଲ୍ ହେବା ପରେ ପୁଣି ବଳ ଗୋଟାଇ ଆଗକୁ ବଢୁଛି ଏବଂ ସମୁଦ୍ରରେ ଭୟଙ୍କର ରୂପ ଧାରଣ କରି ସ୍ଥଳଭାଗ ଆଡକୁ ମାଡିଆସୁଛି । ')}

Leave a Reply

Your email address will not be published.