ହାର୍ଦ୍ଦିକଙ୍କ ଘର ବାହୁଡ଼ା, ଜାଣନ୍ତୁ କ’ଣ କହିଲେ ନୀତା ଅମ୍ବାନୀ

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ଦକ୍ଷ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲ ୨୦୨୪ ସିଜିନରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିବେ। ୨୦୧୫ରୁ ୨୦୨୧ ସିଜିନ ପର୍ଯ୍ୟନ୍ତ ମୁମ୍ବାଇ ପକ୍ଷରୁ ଖେଳିଥିବା ପାଣ୍ଡ୍ୟା ୨୦୨୨ ଏବଂ ୨୦୧୩ ସିଜିନ ଗୁଜୁରାଟ ଟାଇଟନ୍ସ ପକ୍ଷରୁ ଖେଳିଥିଲେ। ଅଧିନାୟକଭାବେ ମଇଦାନକୁ ଓହ୍ଲାଇଥିବାବେଳେ ଗୋଟିଏଥର ଚାମ୍ପିୟନ ଏବଂ ଅନ୍ୟଥର ଉପବିଜେତା ହୋଇଛି । ଗୁଜୁରାଟ ଟାଇଟନ୍ସ ହାର୍ଦ୍ଦିକଙ୍କୁ ରିଲିଜ କରିବା ଏବେ ପୁଣିଥରେ ମୁମ୍ବାଇକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ହାର୍ଦ୍ଦିକ। ସେପଟେ ଗୁଜୁରାଟ ଟାଇଟନ୍ସ ଯୁବ ବ୍ୟାଟ୍ସମ୍ୟାନ ଶୁଭମନ ଗିଲଙ୍କୁ ଅଧିନାୟକ ପଦ ଦେଇଛି । ମୁମ୍ବାଇକୁ ହାର୍ଦ୍ଦିକ ଫେରିବା ପରେ ଦଳର ମେଣ୍ଟର ଏବଂ ମାଲିକ ବେଶ ଖୁସିଥିବା ନଜର ଆସିଛନ୍ତି। ଅଫିସିଆଲ ପେଜ ଏବଂ ପ୍ରେସ ରିଲିଜରେ ଏଭଳି କିଛି ପ୍ରକାଶ କରାଯାଇଛି।

ନୀତା ଅମ୍ବାନୀ କହିଛନ୍ତି କି, ଦଳକୁ ଫେରିବା ପରେ ଆମେ ବହୁତ ଖୁସି । ଯୁବ ଖେଳାଳିଭାବେ ମୁମ୍ବାଇରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ପାଣ୍ଡ୍ୟା ଭାରତୀୟ ଦଳ ପାଇଁ ମଧ୍ୟ ଅନେକ ଗୌରବ ଆଣିଛନ୍ତି। ଅନେକ ସଫଳତାର ରାସ୍ତା ଅତିକ୍ରମ କରିଥିବାବେଳେ ମୁମ୍ବାଇ ଇଣ୍ଡିଆନ୍ସ ଏଥିପାଇଁ ବେଶ ଖୁସି। ଏହାସହ ଆକାଶ ଅମ୍ବାନୀ କହିଛନ୍ତି କି, ହାର୍ଦ୍ଦିକଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଦେଖିଲେ ବହୁତ ଖୁସି ଲାଗେ। ପ୍ରଥମ ପାଳିରେ ମୁମ୍ବାଇ ସହ ଯୋଗ ଦେଇ ଏକ ବଡ଼ ସଫଳତା ଦେଇଛନ୍ତି । ଆଉ ଦ୍ବିତୀୟଥର ମୁମ୍ବାଇକୁ ଫେରିଥିବାବେଳେ ଦଳ ପାଇଁ ଅନେକ ସଫଳତା ଆଣିବେ। ସେ ସବୁବେଳେ ଦଳରେ ରହିଥିବାବେଳେ ସନ୍ତୁଳିତ ରହିଥାଏ ।

ସୂଚନା ଥାଉକି, ପାଣ୍ଡ୍ୟା ୨୦୧୫ରୁ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଆଇପିଏଲ କ୍ୟାରିୟର ଆରମ୍ଭ କରିଥିବାବେଳେ ଦଳକୁ ଅନେକ ମ୍ୟାଚ ଏକାକି ଜିତାଇଛନ୍ତି। ତାଙ୍କର ବଡ଼ ବଡ଼ ସଟ୍ ପାଇଁ ସେ ବେଶ ଜଣାଶୁଣା। ନିଜର ଆକ୍ରମଣାତ୍ମକ ଖେଳ ପାଇଁ ଭାରତୀୟ ଟିମରେ ମଧ୍ୟ ସାମିଲ ହୋଇଛନ୍ତି । ବିଶ୍ବକପରେ ଭାରତୀୟ ଦଳର ସଦସ୍ୟ ରହିଥିଲେ । ମାତ୍ର ଆହତ କାରଣରୁ ସେ ଶେଷ ପର୍ଯ୍ୟନ୍ତ ଖେଳିବାର ସୁଯୋଗ ପାଇନଥିଲେ । ଫାଇନାଲରେ ତାଙ୍କ ଅନୁପସ୍ଥିତି ଦଳ ପାଇଁ ବଡ଼ ମୁଣ୍ଡ ବିନ୍ଧାର କାରଣ ପାଲଟିଥିବା ବୋଲି ମଧ୍ୟ ଚର୍ଚ୍ଚା ହୁଏ।