ଜାନୁଆରୀ ୧୩ରୁ ହକି ବିଶ୍ୱକପ୍; ଖେଳାଳିମାନେ କେଉଁ ହୋଟେଲରେ ରହିବେ ଓ କ’ଣ ଖାଇବେ ? ଜାଣନ୍ତୁ

ଭୁବନେଶ୍ୱର: ଜାନୁଆରୀ ୧୩ରୁ ହକି ବିଶ୍ବକପ୍ । ରାଉରକେଲାର ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ଓ ଭୁବନେଶ୍ବରର କଳିଙ୍ଗ ରହିଛି ଭେନ୍ୟୁ । ଟିମ୍ ଇଣ୍ଡିଆ ଓଡ଼ିଶା ଆସି ସାରିଥିବାବେଳେ ଆସନ୍ତା ୫ତାରିଖରୁ ଭୁବନେଶ୍ବର ଆସିବେ ବିଦେଶୀ ଟିମ୍ । ସେମାନଙ୍କ ରହିବା ପାଇଁ କରାଯାଇଛି ବ୍ୟାପକ ବ୍ୟବସ୍ଥା । ଏଥର ୧୬ ଟି ଟିମ ରାଜଧାନୀରେ ୯ଟି ହୋଟେଲରେ ରହିବାର ବ୍ୟବସ୍ଥା କରାଯାଇଛି ।

ତେବେ କେଉଁ ଟିମ କେଉଁ ହୋଟେଲରେ ରହିବେ ଏବଂ ସେମାନଙ୍କ ପାଇଁ କଣ ଖାଇବା ବ୍ୟବସ୍ଥା କରାଯାଇଛି, ଜାଣନ୍ତୁ ସବୁକିଛି ।  ରାଉରକେଲାରେ ସ୍ବତନ୍ତ୍ର ଭାବେ ନିର୍ମିତ ହୋଇଛି ଫାଇଭ ଷ୍ଟାର ହୋଟେଲ ସ୍ତରର ଆକମୋଡେସନ ବିଲ୍ଡିଂ । ଭୁବନେଶ୍ବରରେ ସମସ୍ତ ଟିମ୍ ପାଇଁ ବୁକିଂ ହୋଇସାରିଛି ହୋଟେଲ୍ । ରାଜଧାନୀର ବଛାବଛା ୯ଟି ହୋଟଲରେ ରହିବେ ବିଶ୍ବର ଶ୍ରେଷ୍ଠ ୧୬ଟି ଦେଶର ଖେଳାଳି ।

ସଂକ୍ଷିପ୍ତରେ ନଜର ପକାନ୍ତୁ କେଉଁ ଟିମ୍ ରହିବ କେଉଁ ହୋଟେଲରେ….
ହୋଟେଲ ମେ’ ଫେୟାରରେ ରହିବେ ସ୍ପେନ, ନେଦରଲ୍ୟାଣ୍ଡସ ଓ ଆର୍ଜେଣ୍ଟିନା । ହୋଟେଲ ଟ୍ରାଇଡେଣ୍ଟରେ ରହିବ ଜର୍ମାନୀ । ସେହିପରି ତାଜ୍ ଭିବନ୍ତ, ହୋଟେଲ ଲେମନ ଟ୍ରି, ସାଣ୍ଡି ଟାଓ୍ୱାର, ସ୍ବସ୍ତି ପ୍ରିମିୟମ, ସ୍ବସ୍ତି ଗ୍ରାଣ୍ଡ ଓ ଆଇଟିସି ଓ୍ୱେଲକମରେ ବାକି ଦେଶର ଖେଳାଳି ରହିବାର ବ୍ୟବସ୍ଥା ହୋଇଛି । ଖେଳାଳିଙ୍କ ପାଇଁ ସ୍ବତନ୍ତ୍ର ବ୍ୟାବସ୍ଥା କରିଛି ସ୍ବସ୍ତି । ୨ଟି ଫ୍ଲୋରକୁ ଖେଳାଳିଙ୍କ ପାଇଁ ଡେଡିକେଟେଡ୍ ରଖାଯାଇଛି।

ସେମାନଙ୍କ ପାଇଁ ଏକ ସ୍ବତନ୍ତ୍ର ରେଷ୍ଟୁରାଣ୍ଟ, ସୁଇମିଂ ପୁଲ, ସେଲୁନ ଓ ଜିମର ବ୍ୟବସ୍ଥା କରାଯାଇଛି । ଖେଳାଳିମାନଙ୍କ ପାଇଁ ସ୍ୱତନ୍ତ୍ର ଲିଫ୍ଟ ମଧ୍ୟ ରହିଛି । ବିଦେଶୀ ଖେଳାଳିଙ୍କ ପାଇଁ ପ୍ରସ୍ତୁତ ହୋଇଛି ମେନ୍ୟୁ । ବିଶେଷ କରି ଚାଇନିଜ, ଓ କୋରିଆନ୍ ଆଇଟମ ସହ ଚିକେନ୍ କବାବ, ଚିକେନ ସିଖ୍ କବାବ, ତନ୍ଦୁରୀ କବାବ, କ୍ରିମି ଚିକେନ କବାବ, ଗ୍ରିଲ୍ଡ ଫିସ୍, ଚାପଲି ରାପ୍ ପ୍ରମୁଖ ଖାଦ୍ୟ ମାଲେସିଆ ଓ କୋରିଆ ଖେଳାଳିଙ୍କୁ ପରାସ ଯିବ । ୧୦ ପ୍ରକାରର ସାଲାଡ୍ ଓ ୫ ପ୍ରକାର ବିଦେଶୀ ଫ୍ରୁଟ୍ ପରଷା ଯିବାର ଯୋଜନା ରହିଛି ।