ହକି ବିଶ୍ବକପ୍‌ରେ ବିଶ୍ବ ଦେଖିବ ଓଡିଶାର କଳା ଐତିହ୍ୟ

ଭୁବନେଶ୍ବର: ହକି ବିଶ୍ବକପ୍ ପାଇଁ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ। ହକି ବିଶ୍ବକପକୁ ସଫଳ କରିବା ପାଇଁ ସମସ୍ତ ବିଭାଗକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ। ୨୦୧୮ ପରେ ଦ୍ବିତୀୟ ଥର ଲାଗି ପୁରୁଷ ହକି ବିଶ୍ବକପ୍ ଆୟୋଜନ କରିବାକୁ ଯାଉଛି ରାଜ୍ୟ । ବିଶ୍ବକପ୍ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଥିବା ବେଳେ ୨୦୧୮ ଅପେକ୍ଷା ୨୦୨୩କୁ କିଭଳି ଅଧିକ ଆକର୍ଷଣୀୟ ଓ ସଫଳ କରାଯିବ ସେନେଇ ଗୁରୁତ୍ବ ଦେଇଛନ୍ତି ସରକାର ।

ଏନେଇ କିଛି ପ୍ରମୁଖ କ୍ଷେତ୍ରକୁ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଉଥିବା ବେଳେ ନିର୍ଦ୍ଧାରିତ ସମୟ ବ୍ୟବଧାନରେ ସମୀକ୍ଷା କରାଯାଉଛି। ଅନ୍ତର୍ଜାତୀୟ କ୍ରୀଡ଼ା ଆୟୋଜନ କରିବାରେ ବେଞ୍ଚମାର୍କ ପ୍ରତିଷ୍ଠା କରିଛି ଓଡିଶା । ଆଗାମୀ ବିଶ୍ବକପରେ କେବଳ ଓଡ଼ିଶାର ଦକ୍ଷତା ନୁହେଁ, କଳା, ସଂସ୍କୃତି ଓ ଐତିହ୍ୟକୁ ମଧ୍ୟ କିପରି ପ୍ରଦର୍ଶନ କରାଯିବ ସେନେଇ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସମସ୍ତ ବିଭାଗ ଏକାଠି ହୋଇ ଖେଳାଳି ଓ ପ୍ରଶଂସକଙ୍କ ମନରେ ଅଭୁଲା ସ୍ମୃତି ଛାଡ଼ିବା ପାଇଁ କାର୍ଯ୍ୟ କରିବାକୁ ଦିଆଯାଇଛି ଆହ୍ବାନ । ରାଉରକେଲାରେ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ଆଗାମୀ କିଛି ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ସରିବ। ଏହାକୁ ପ୍ରତ୍ୟକ୍ଷ ଭାବେ ନିରୀକ୍ଷଣ କରାଯାଉଛି। ସେହିପରି ରାଉରକେଲା ସହରର ଉନ୍ନତି, ସୌନ୍ଦର୍ଯ୍ୟକରଣ ଚାଲିଛି।