ଆମେରିକାକୁ ହରାଇ ସ୍ପେନର ରେକର୍ଡ ଭାଙ୍ଗିଲା ପାକିସ୍ତାନ

1 min read
Hockey Men's Junior World Cup Pakistan created a World Cup Record along with a thumping win

ଭୁବନେଶ୍ୱର: କଳିଙ୍ଗରେ ଲେଖା ହେଉଛି ବିଶ୍ୱ ରେକର୍ଡ । ପୁରୁଷ ହକି ଜୁନିଅର ବିଶ୍ୱକପ୍ ଇତିହାସରେ ଆମେରିକା ବିପକ୍ଷରେ ସର୍ବାଧିକ ଗୋଲ୍ ଦେଇଛି ପାକିସ୍ତାନ । ପୂର୍ବରୁ ଆମେରିକା ବିପକ୍ଷରେ ୧୭-୦ ଗୋଲରେ ସ୍ପେନ୍ ବିଜୟୀ ହୋଇ ରେକର୍ଡ କରିଥିଲା । ଏବେ ସେହି କଳିଙ୍ଗ ଷ୍ଟାଡିୟମ ଗ୍ରାଉଣ୍ଡରେ ଇତିହାସ ରଚିଛି ପାକିସ୍ତାନ ଦଳ । ୧୮-୨ ଗୋଲରେ ଆମେରିକାକୁ ପାକିସ୍ତାନ ପରାସ୍ତ କରିବା ସହ ବିଶାଳ ବିଜୟ ହାସଲ କରି ବିଶ୍ୱକପ୍ ଇତିହାସରେ ନୂଆ ରେକର୍ଡ କରିଛି ।

ପାକିସ୍ତାନ ପକ୍ଷରୁ ଅବ୍ଦୁଲ ରାଣା ସର୍ବାଧିକ ୪ଟି ଗୋଲ୍ ସ୍କୋର କରିଥିବା ବେଳେ ଅବୁଜାର ୩ଟି, ଅଲୀ ରିଜୱାନ ୨ଟି ଗୋଲ୍ କରିଥିଲେ । ମ୍ୟାଚର ପ୍ରଥମ କ୍ୱାର୍ଟରୁରୁ ଆକ୍ରମଣାତ୍ମକ ଖେଳ ଖେଳିଥିଲା ପାକିସ୍ତାନ । ମ୍ୟାଚର ପ୍ରଥମ କ୍ୱାର୍ଟରରେ ପାକିସ୍ତାନ ଗୋଟିଏ ଗୋଲ୍ କରିଥିଲା । ଦ୍ୱିତୀୟ କ୍ୱାର୍ଟରରେ ୬ଟି ଗୋଲ୍, ତୃତୀୟ କ୍ୱାର୍ଟରରେ ୭ଟି ଗୋଲ୍ ଓ ପଞ୍ଚମ କ୍ୱାର୍ଟରରେ ୪ଟି ଗୋଲ୍ କରିଥିଲା । ଅନ୍ୟପଟେ ଆରମ୍ଭରୁ ଚାପରେ ଥିବା ଆମେରିକା ମାତ୍ର ୨ଟି ଗୋଲ୍ କରିବାରେ ସକ୍ଷମ ହୋଇଥିଲା ।

Leave a Reply