ହୀରାକୁଦକୁ କମିଛି ଜଳ ପ୍ରବାହ: ବନ୍ଦ ହେଲା ଆଉ ୬ ଗେଟ୍

ଭୁବନେଶ୍ୱର: ମହାନଦୀରେ ଆସିବନି ବନ୍ୟା । ଉପରମୁଣ୍ଡରେ ବର୍ଷା କମିବା ପରେ ହୀରାକୁଦକୁ ଜଳ ପ୍ରବାହ କମିଛି । ଫଳରେ ବନ୍ଦ ହୋଇଛି ହୀରାକୁଦର ଆଉ ୬ ଗେଟ୍ । ୧୮ଟି ଗେଟ୍ ଦେଇ ହେଉଛି ଜଳ ନିଷ୍କାସନ ହେଉଥିବା ସୂଚନା ମିଳିଛି । ସେପଟେ କଟକ ମୁଣ୍ଡଳି ଦେଇ ମହାନଦୀରେ ୬ ଲକ୍ଷ ୭୬ ହଜାର କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିବା ବେଳେ ତିନି ଘଣ୍ଟାରେ ବଢ଼ିଛି ମାତ୍ର ୭ ହଜାର କ୍ୟୁସେକ୍ ଜଳ ।

ସେହିପରି ଜୋବ୍ରା ବ୍ୟାରେଜ ଦେଇ ୩ ଲକ୍ଷ ୩୨ ହଜାର ୪୦୯ କ୍ୟୁସେକ ପାଣି ପ୍ରବାହିତ ହେଉଥିବା ବେଳେ ମହାନଦୀର ଶାଖାନଦୀ କାଠଯୋଡିରେ ୩ ଲକ୍ଷ ୩୦ ହଜାର ୭୧୩ କ୍ୟୁସେକ ପାଣି ପ୍ରବାହିତ ହେଉଛି । ଜଳପ୍ରବାହ ଓ ଉପର ମୁଣ୍ଡରେ ବର୍ଷା କମିଥିବାରୁ ବନ୍ୟା ପାଇଁ ଭୟଭୀତ ନହେବାକୁ ଏସଆରସି କହିଛନ୍ତି । ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ଓଡ୍ରାଫ, ଏନଆରଏଫ ଓ ଅଗ୍ନିଶମ ବାହିନୀ ମୁତୟନ ଅଛନ୍ତି ।

ଏଥିସହିତ ପଢ଼ନ୍ତୁ: ଜଳେଶ୍ୱରରୁ ୩୫୦ ଗ୍ରାମ ବ୍ରାଉନସୁଗାର ଜବତ: ମାଫିଆ ସହ ୩ ସହଯୋଗୀ ଗିରଫ

Leave a Reply