ରାକ୍ଷୀ ବାନ୍ଧି ଘରକୁ ଫେରିବାବେଳେ ଦୁର୍ଘଟଣାରେ ଚାଲିଗଲା ଭାଇର ଜୀବନ

ନନ୍ଦିଘୋଷ ବ୍ୟୁରୋ: ରାକ୍ଷୀ ବାନ୍ଧି ଘରକୁ ଫେରିବାବେଳେ ବାଇକ୍ ଦୁର୍ଘଟଣାରେ ଚାଲିଗଲା ଭାଇର ଜୀବନ । ହିନ୍ଦୋଳ ଥାନା ଟାଙ୍ଗୀଶାଳ ଗାଁରେ ଘଟିଛି ଅଭାବନୀୟ ଘଟଣା । ଗାଁର ମୁନ ବେହେରା  ସକାଳେ ତାଙ୍କ ଭଉଣୀ ଘର ବରଡ଼ାପାଳ ଗାଁକୁ ରାକ୍ଷୀ ବାନ୍ଧିବାକୁ ଆସିଥିଲେ । ରାକ୍ଷୀବାନ୍ଧି ଭଉଣୀ ଘରେ ଦିନ ତମାମ ରହିବା ପରେ ସନ୍ଧ୍ୟା ୬ଟା ବେଳେ ନିଜ ଘରକୁ ଫେରିଥିଲେ । ରାସ୍ତାରେ କଂକ୍ରିଟ ମିକ୍ଚର୍ ମେସିନ ସହ ତାଙ୍କ ବାଇକ୍ ଦୁର୍ଘଟଣା ହୋଇଥିଲା । ପ୍ରବଳ ରକ୍ତଶ୍ରାବ ହେଉଥିବା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ହିନ୍ଦୋଳ ମେଡିକାଲ ଭର୍ତ୍ତି କରିଥିଲେ । ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୁନ ଗତ ୩ ମାସ ତଳେ ବିବାହ କରି ଥିବାବେଳେ ତାଙ୍କ ଭଉଣୀ ୩ ବର୍ଷ ତଳେ ବିବାହ କରିଥିଲେ । ଏହି ଘଟଣା ହିନ୍ଦୋଳ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି ।