ହିମାଚଳ ପ୍ରଦେଶରେ ପ୍ରକୃତିର ପ୍ରଳୟ,ଏହି ଗାଁରେ ବଞ୍ଚିଛି କେବଳ ଗୋଟିଏ ଗାଇ !

1 min read

ନନ୍ଦିଘୋଷ ବ୍ୟୁରୋ: ଶୁଣିଲେ ଛାତି ଥରି ଯାଉଛି । ପ୍ରକୃତିର ତାଣ୍ଡବ ସବୁ ସାରି ଦେଇଛି । ହିମାଚଳ ପ୍ରଦେଶର ସିମଲା ଜିଲ୍ଲା ରାମପୁର ସମେଜ ଗାଁରେ ଘଟିଥିବା ଜଳ ପ୍ରଳୟ, ୬୦ ଘଣ୍ଟା ପରେ ମଧ୍ୟ ୩୬ ଜଣ ଲୋକଙ୍କ ପତ୍ତା ମିଳିନାହିଁ । ଏମାନେ ମାଟି ତଳେ ପୋତି ହୋଇ ଯାଇଥିବା ଅନୁମାନ କରାଯାଉଛି । ଏମାନଙ୍କ ବଞ୍ଚି ରହିଥିବାର ପ୍ରତିଶକ କମ ରହିଥିବା ଅନୁମାନ କରାଯାଉଛି । ତେବେ ଗାଁରେ କେବଳ ଗୋଟିଏ ଗାଇ ଜୀବନ୍ତ ରହିଥିବା ଦେଖିବାକୁ ମିଳିଛି । ପାହାଡ଼ର ତଳେ ଥିବା ଏକ ଗାଇଟି ବନ୍ଧା ହୋଇ ରହିଥିବାବେଳେ ଏହାକୁ ଜୀବନ୍ତ ଉଦ୍ଧାର କରାଯାଇଛି । ଗାଇର ମାଲିକ ରାମଲାଲ  । ସେ କହିଛନ୍ତି କି, ମୋ ଗାଇ ଦୁଇଦିନ ହେବ ଭୋକରେ ରହିଛି । ଭଗବାନଙ୍କ କୃପାରୁ ସେ ବଞ୍ଚି ଯାଇଛି ।

ଏହାସହ ସେ ସେଦିନର ପ୍ରଳୟଙ୍କାରୀ ବନ୍ୟା ସମ୍ପର୍କରେ ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି କି, ସେଦିନ ବନ୍ୟା ଆସିବା ପୂର୍ବରୁ ସେ ଏବଂ ତାଙ୍କ ପତ୍ନୀ ଘର ଛାଡ଼ି ଜୀବନ ବିକଳରେ ଚାଲି ଯାଇଥିଲେ । ଏବଂ ଗାଁରେ ରହିଥିବା ବାକି ଲୋକେ ରାତି ଅଧରେ ବନ୍ୟା ଜଳରେ ଭାସି ଯାଇ ମାଟିତଳେ ପୋତି ହୋଇ ଯାଇଥିବା କୁହାଯାଉଛି । NDRF, ଅଗ୍ନିଶମ କର୍ମଚାରୀ, ITBP ଏବଂ CIF ପକ୍ଷରୁ ମିଳିତ ଭାବେ ଭଦ୍ଧାର କାର୍ଯ୍ୟ ଚାଲିଥିବାବେଳେ କୌଣସି ସୁଫଳ ମିଳିନାହିଁ ।