ହୋଲସେଲ୍ ମାର୍କେଟରେ କମିଲା ସୁନା ଦର: ଭାରି ରିହାତି ଦେଉଛନ୍ତି ବୁଲିୟାନ୍ ଡିଲର

ନୂଆଦିଲ୍ଲୀ: ପୁଣି କରୋନା କମାଇଲା ସୁନା ଦର । ହୋଲସେଲ୍ ମାର୍କେଟରେ କମିଲା ସୁନା  ବାର୍‌ର ରେଟ୍ । ପ୍ରତି ଆଉଁସ ଅର୍ଥାତ ୩୧ ଗ୍ରାମରେ ୧୨ ଡଲାରର ଡିସ୍‌କାଉଣ୍ଟ ଦେଉଛନ୍ତି ବୁଲିୟାନ୍ ଡିଲର (ଯେଉଁମାନେ ବ୍ୟାଙ୍କ କିମ୍ୱା ବିଦେଶରୁ ବଡ଼ ଆକାରରେ ସୁନା ବିସ୍କୁଟ ଓ ବାର୍ ଆଣି ଦେଶରେ ଗହଣା ଦୋକାନୀଙ୍କୁ ବ୍ରିକ୍ରି କରନ୍ତି) । ଦେଶରେ କମୁଥିବା ସୁନା ଚାହିଦା ଯୋଗୁଁ ଏଭଳି ଭାରି ରିହାତି ଦେଉଛନ୍ତି ସୁନା ବ୍ୟବସାୟୀ ।

ଦେଶର ବିଭିନ୍ନ ରାଜ୍ୟରେ ଏଯାବତ୍ କରୋନା କଟକଣାକୁ ସମ୍ପୂର୍ଣ୍ଣ ହଟାଇପାରିନି ଏବଂ କିଛି ରାଜ୍ୟରେ କରୋନା କଟକଣାକ କୋହଳ କରିବାକୁ ସମ୍ପୃକ୍ତ ରାଜ୍ୟ ସରକାର ଯୋଜନା କରୁଥିଲେ ମଧ୍ୟ ଏହାକୁ ଲାଗୁ କରିପାରିନାହାଁନ୍ତି । ଏରୁ ଦେଶରେ ସୁନାର ଚାହିଦା କମିବାରେ ଲାଗିଛି । ଏଥିସହିତ ବିଦେଶ ବଜାରରେ ମଧ୍ୟ ସୁନା ଦର ହ୍ରାସ ଭାରତରେ ହୋଲସେଲ୍ ମାର୍କେଟରେ ସୁନାର ଦର ହ୍ରାସର ଅନ୍ୟ ଏକ କାରଣ ବୋଲି କୁହାଯାଉଛି ।

          ବିଶେଷ କରି ମୁମ୍ୱାଇରେ ବୁଲିୟନ୍ ଡିଲରମାନେ ଏବେ ସୁନା ଉପରେ ବଡ଼ ଡିସ୍‌କାଉଣ୍ଟ ଦେଉଛନ୍ତି । ଡିଲାରମାନେ ପ୍ରତି ଆଉଁସ୍ ଅର୍ଥାତ ୩୧ ଗ୍ରାମ ସୁନା ଉପରେ ୧୨ ଡଲାର ଯାଏଁ ଡିସ୍‌କାଉଣ୍ଟ ଦେଉଛନ୍ତି । ଯାହା ଗତ ସେପ୍ୱମ୍ୱର ମାସ ପରଠାରୁ ସର୍ବାଧିକ । ତେବେ ଏଥିରେ ୧୦.୭୫ ପ୍ରତିଶତର କଷ୍ଟମ୍ ଡ୍ୟୁଟି ଓ ୩ ପ୍ରତିଶତର ବିକ୍ରି  କର ସାମିଲ ରହିଛି । ଗତ ସପ୍ତାହରେ ଦିଆଯାଉଥିବା ୧୦ ଡଲାର ରିହାତିକୁ ବଢ଼ାଇ ଏହି ଡିସ୍‌କାଉଣ୍ଟ ଦିଆଯାଉଛି । ତେବେ ଏଭଳି ଭାରି ରିହାତି ସତ୍ତ୍ୱେ ଗହଣା ଦୋକାନୀ କେବଳ ପଚରାଉଚରା କରୁଛନ୍ତି କିନ୍ତୁ କୌଣସି ପ୍ରକାର ଅର୍ଡର ଦେଉନଥିବା କହିଛନ୍ତ ବୁଲିୟନ୍ ଡିଲର । ବିଭିନ୍ନ ରାଜ୍ୟରେ ଏଯାବତ୍ କରୋନା କଟକଣା ହଟାଯାଇନଥିବାରୁ ସେମାନ କୌଣସି ଅର୍ଡର ଦେଉନଥିବା କହିଛନ୍ତି ।

          ଅପରପକ୍ଷରେ ଚୀନର ବୁଲିୟନ୍ ଡିଲର ମାନେ ମଧ୍ୟ ବଡ଼ ଧରଣ ରିହାତି ଦେଉଛନ୍ତି । ପ୍ରାୟ ୨୦ ଡଲାରରୁ ୫୦ ଡଲାର ରିହାତି ଦେଉଛନ୍ତି । ଚୀନରେ କରୋନା ପୁଣି କାୟା ମେଲାୟଥିବାରୁ ନୂଆ କଟକଣା ମଧ୍ୟ ଲାଗୁ କରାଯାଉଛି । ଆଉ ଏହି କାରଣରୁ ସେଠାରେ ମଧ୍ୟ ସୁନା ଦର ହ୍ରାସ ହୋଇଛି । ଚୀନର ଗୁଆଙ୍ଗଝୋ କରୋନା ମାମଲା ବଢ଼ୁଥିବା କାରଣରୁ ଲକଡାଉନ୍ ଲାଗୁ କରାଯାଇଛି । ଆଉ ଏହା ଦ୍ୱାରା ସମସ୍ତ ସୁନା ନିର୍ମାତାଙ୍କୁ ପ୍ରଭାବିତ କରିଛି । କିନ୍ତୁ ଆମେରିକାରେ ସୁନା ଦରରେ ବୃଦ୍ଧି ଘଟିଛି । ତେବେ ହୋଲ୍‌ସେଲ୍‌ ମାର୍କେଟରେ ସୁନା ଦର କମ୍‌ ରହିଲେ ଗ୍ରାହକମାନେ ଆଗକୁ ରିହାତି ମୂଲ୍ୟରେ ଗହଣା ପାଇପାରିବେ ବୋଲି ଆଶା କରାଯାଉଛି ।

Leave a Reply