spot_img

Latest Posts

ତାମିଲନାଡୁରେ ଅବିଶ୍ରାନ୍ତ ବର୍ଷା, ଏକାଧିକ ସହର ଜଳବନ୍ଦୀ

ଚେନ୍ନାଇ: ତାମିଲନାଡୁରେ ଅବିଶ୍ରାନ୍ତ ବର୍ଷା। ଲଗାତାର ବର୍ଷା ଯୋଗୁ ଚେନ୍ନାଇ ସମେତ ବହୁ ସହର ହୋଇଛି ଜଳାର୍ଣ୍ଣବ। କେତେକ ଡ୍ୟାମରୁ ଜଳ ନିଷ୍କାସନ ହେବା ଯୋଗୁ ତଳିଆ ଅଞ୍ଚଳ ହୋଇଛି କ୍ଷତିଗ୍ରସ୍ତ। ପ୍ରାୟ ଏକ ସପ୍ତାହ ଧରି ତାମିଲନାଡୁରେ ବର୍ଷା ଜାରି ରହିଥିବାବେଳେ ଦୁଇଦିନ ଧରି ବର୍ଷାର ତାଣ୍ଡବ ଜାରି ରହିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ। ମୟିଲାଦୁଥୁରାଇ ଓ କୋଏମ୍ବାଟୁର ଜିଲ୍ଲାରେ ବର୍ଷାର ବିଶେଷ ପ୍ରଭାବ ପଡ଼ିଛି।

ଥେନି, ଦିନ୍ଦିଗୁଳ, ମଦୁରାଇ, ଶିବଗଙ୍ଗା ଆଦି ଜିଲ୍ଲାରେ ବି ବର୍ଷାର ତାଣ୍ଡବ ଜାରି ରହିଛି। ଚେନ୍ନାଇ ସମେତ କାଞ୍ଚିପୁରମ, ତିରୁଭାଲୁର ଓ ଚେଙ୍ଗଲପେଟ ଆଦି ଜିଲ୍ଲାରେ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି। ଦକ୍ଷିଣ ଆନ୍ଧ୍ରପ୍ରଦେଶ, ଉତ୍ତର ତାମିଲନାଡୁ, ପୁଦୁଚେରୀ ଉପକୂଳ ଆଦି ଅଞ୍ଚଳରେ ବର୍ଷା ଯୋଗୁ ଜନଜୀବନ ବାଧାପ୍ରାପ୍ତ ହୋଇଛି। ବର୍ଷାର ତାଣ୍ଡବ ବଢୁଥିବାରୁ ବିଭିନ୍ନ ସ୍ଥାନରେ ସ୍କୁଲ କଲେଜ ବନ୍ଦ ରଖାଯାଇଛି। ତଳିଆ ଅଞ୍ଚଳରେ ଉଦ୍ଧାରକାର୍ଯ୍ୟ ଲାଗି ସତର୍କତା ବ୍ୟବସ୍ଥା କରାଯାଇଛି। ତାମ୍ବାରାମ ସ୍ଥିତ ଚିତଲପକାମ ହ୍ରଦରୁ ଜଳନିଷ୍କାସନ ହେବା ଯୋଗୁ ରାସ୍ତାଘାଟ ଜଳାର୍ଣ୍ଣବ ହୋଇଛି।

Latest Posts

Don't Miss