spot_img

Latest Posts

ବର୍ଷାଦିନେ ନିଜର କେମିତି ନେବେ ଯତ୍ନ ?

ନନ୍ଦିଘୋଷ ବ୍ୟୁରୋ: ଏବେ ବର୍ଷାଋତୁ ଚାଲିଛି । ଏହି ସମୟରେ ଅଧିକ ଯତ୍ନବାନ ହେବା ନିହାତି ଜରୁରୀ । ବର୍ଷାଦିନେ ସଂକ୍ରମଣର ଭୟ ଥିବା ବେଳେ ଅଧିକ ସତର୍କତାର ସହ ଚଳିବାକୁ ପଡିଥାଏ । ବର୍ଷାଦିନେ ପରିବେଶ ସନ୍ତସନ୍ତିଆ ରହୁଥିବା ବେଳେ ଆମ ତ୍ବଚା ଏବଂ ଶରୀର ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିଥାଏ । ତେବେ ଜାଣନ୍ତୁ ବର୍ଷାଦିନେ କିଭଳି ନିଜର ଯତ୍ନ ନେବା ଉଚିତ୍ ।

ବର୍ଷାଦିନେ ଯେତେ ସମ୍ଭବ ତେଲଯୁକ୍ତ ଓ ମସଲା ଖାଦ୍ୟଠାରୁ ଦୂରେଇ ରୁହନ୍ତୁ । ଏହିସମୟରେ ପେଟ ଖରାପ ହେବାର ଅଧିକ ସମ୍ଭାବନା ଥାଏ। । ଭିଟାମିନ ଏ ଓ ଭିଟାମିନ ସି ଯୁକ୍ତ ଖାଦ୍ୟ ଅଧିକ ପରିମାଣରେ ଖାଆନ୍ତୁ। ଏହାଦ୍ୱାରା ଆପଣଙ୍କ ତ୍ବଚା ଠିକ ରହିଥାଏ। ଏବଂ ତ୍ବଚାରେ ଚମକ ଆସିଥାଏ ।

ଦିନରେ ଅତି କମରେ ତିନି ଥର ମୁହଁକୁ ଭଲ ଭାବେ ଧୁଅନ୍ତୁ। ଏପରି କରିବା ଦ୍ୱାରା ମୁହଁର ଚର୍ମ ଭଲ ରହିବା ସହିତ ଅପରିଷ୍କାର ପଦାର୍ଥ ବାହାରି ଯାଇଥାଏ। ବର୍ଷା ପାଣି ଚର୍ମରେ ପଡ଼ିବା ଦ୍ୱାରା କୁଣ୍ଡାଇ ହେବା ସମସ୍ୟା ସୃଷ୍ଟି ହୋଇଥାଏ। ଧ୍ୟାନ ରଖନ୍ତୁ ବର୍ଷାରେ ଓଦା ହେବା ପରେ ତୁରନ୍ତ ଭଲ ଭାବେ ଧୋଇ ହେବା ଆବଶ୍ୟକ।

ବଦହଜମି ସମସ୍ୟାରୁ ରକ୍ଷା ପାଇବା ପାଇଁ ନିୟମିତ ୨ ରୁ ୩ ଲିଟର ପାଣି ପିଅନ୍ତୁ। ତରଳ ପଦାର୍ଥ ଯେପରିକି ଅଧିକମାତ୍ରାରେ ଫଳ ରସ ପିଅନ୍ତୁ। ଏହାସହିତ ପ୍ରଚୁର ମାତ୍ରାରେ ଫଳମୂଳ ଏବଂ ତଟକା ପନିପରିବା ଖାଆନ୍ତୁ ଯାହା ଭିତରୁ ତ୍ବଚାରେ ଚମକ ଆଣିବାରେ ସାହାଯ୍ୟ କରିବ ।

ବର୍ଷା ଦିନରେ ସପ୍ତାହକୁ ୨ଥର ନିଶ୍ଚୟ ସାମ୍ପୁ ଓ କଣ୍ଡିସନର କେଶରେ ଲଗାଇ ଦିଅନ୍ତୁ। ଏହାସହ ସପ୍ତାହକୁ ଥରେ ତେଲ ଲଗାଇବା ଆବଶ୍ୟକ। ନଚେତ ବର୍ଷାରେ ଓଦା ହେଇ କେଶ ଝଡିବା ଭଳି ସମସ୍ୟା ଦେଖାଯିବ ।

Latest Posts

Don't Miss