ଆଉ ୨ ସପ୍ତାହ ଲକଡାଉନ ବଢ଼ିଲେ ରାଜ୍ୟରେ ସଂକ୍ରମଣ କମିବ: ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର

ଭୁବନେଶ୍ୱର: ଦେଶରେ କୋଭିଡ୍‌ ସଂକ୍ରମଣ ପିକ୍‌ରେ ପହଞ୍ଚି ସାରିଛି । ସଂକ୍ରମଣ ସ୍ଥିର ରହିଥିବା ବେଳେ ସୁସ୍ଥତା ହାର ବଢିଛି । ଏବେ ରାଜ୍ୟରେ ପ୍ଲାଟ୍ୟୁ ଷ୍ଟେଜରେ ରହିଛି କରୋନା । ଆଉ ୨ ସପ୍ତାହ ଲକଡାଉନ ବଢ଼ିଲେ ରାଜ୍ୟରେ ସଂକ୍ରମଣ କମିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର କହିଛନ୍ତି । ମେ ଶେଷ ବେଳକୁ କରୋନା ସଂକ୍ରମଣ ଧୀରେ ଧୀରେ କମିବା ଆରମ୍ଭ ହେବ ବୋଲି ଡାକ୍ତର ନିରୋଜ ମିଶ୍ର କହିଛନ୍ତି ।

ସେପଟେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ଲକ୍ଷ ପାର୍ । ଦିନକରେ ୧୧ହଜାର ୮୦୫ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୧ଜଣଙ୍କ ଜୀବନ ନେଇଛି କିଲର କରୋନା । ଖୋର୍ଦ୍ଧାରୁ ୪, ଅନୁଗୁଳରୁ ୩, ପୁରୀ, ରାୟଗଡ଼ା, ସୁନ୍ଦରଗଡ଼, କଳାହାଣ୍ଡି, କେନ୍ଦ୍ରାପଡାରୁ ୨ଜଣ ଲେଖାଏଁ, ବୌଦ୍ଧ, ଗଜପତି, କୋରାପୁଟ, ନୂଆପଡାରୁ ଜଣେ ଲେଖାଏଁ ସଂକ୍ରମିତଙ୍କ ଜୀବନ ଯାଇଛି । କ୍ୱାରେଣ୍ଟାଇନରୁ ୬୬୧୧, ଲୋକାଲ କେସ୍ ୫୧୯୪ । ଖୋର୍ଦ୍ଧାରୁ ସର୍ବାଧିକ ୧୪୧୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୨୦୯, କଟକରୁ ୧୧୯୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ବଢିଚାଲିଛି ଦୈନିକ ସଂକ୍ରମଣ ସଂଖ୍ୟା । ଖୋର୍ଦ୍ଧା , ସୁନ୍ଦରଗଡ ଓ କଟକରୁ ଲଗାତାର ଭାବେ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଗତ କିଛିଦିନ ପରେ ରାଜ୍ୟରେ ପୁଣି ସଂକ୍ରମଣ ହାର ଅଧିକ ହେଉଥିବାରୁ ଏହାକୁ ନିୟନ୍ତ୍ରଣ କରିବାକୁ ଲକଡାଉନ ଅବଧିରେ ବୃଦ୍ଧି କରିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । ସେପଟେ ରାଜ୍ୟରେ ଦୈନିକ ଟେଷ୍ଟିଂ ୫୦ହଜାର ଉପରେ ରହିଛି । ଆଗକୁ ଦିନକୁ ୬୦ ହଜାର ଟେଷ୍ଟିଂ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

Leave a Reply