୨୦୪୭ ସୁଦ୍ଧା ଦେଶରେ ରକ୍ତହୀନତା ମୂଳପୋଛ କରିବାକୁ ଲକ୍ଷ୍ୟ

1 min read

ନନ୍ଦିଘୋଷ ବ୍ୟୁରୋ: ବଜେଟରେ ସ୍ବାସ୍ଥ୍ୟ ବିଭାଗକୁ ଫୋକସ କରାଯାଇଛି। ୨୦୧୪ରୁ ନିର୍ମାଣ କରାଯାଇଥିବା ୧୫୭ଟି ମେଡିକାଲ କଲେଜ ନର୍ସିଂ କଲେଜ ନିର୍ମାଣ କରାଯିବ। ୨୦୪୭ ସୁଦ୍ଧା ରକ୍ତହୀନତା ମୂଳପୋଛ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ସିକିଲ୍ ସେଲ ଆନେମିଆ ଏଲିମିନେସନ ମିଳନ ଆରମ୍ଭ କରାଯିବ। ଦେଶରେ ବଢାଯିବ ICMR ଗବେଷଣା କେନ୍ଦ୍ର। ଫାର୍ମାସ୍ୟୁଟିକାଲ କ୍ଷେତ୍ରରେ ଗବେଷଣା ପାଇଁ ନୂଆ କାର୍ଯ୍ୟକ୍ରମ ଆରମ୍ଭ କରାଯିବ।

ଚିକିତ୍ସା କ୍ଷେତ୍ରରେ ଘରୋଇ ନିବେଶକୁ ପ୍ରୋତ୍ସାହନ ଦିଆଯିବ। ସାରା ଦେଶରେ ଟିକାକରଣ ପ୍ରାଥମିକତା ଭିତ୍ତିରେ କରାଯାଇଛି । ୧୨୦କୋଟି ଲୋକଙ୍କୁ ୨୨୦କୋଟି ଡୋଜ୍ ଟିକା ଦିଆଯାଇଛି। ବଜେଟରେ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏଣିକି ମ୍ୟାନହୋଲକୁ ଯିବେନି ମଣିଷ। ସମସ୍ତ ସହରରେ ନର୍ଦ୍ଦମା ଓ ସେପଟିକ ଟାଙ୍କିକୁ ମେସିନ ହୋଲ ମୋଡକୁ ଅଣାଯିବ। ୨୦୧୭ରୁ ନର୍ଦ୍ଦମା ସଫେଇ ପାଇଁ ଯାଇଥିବା ବେଳେ ପ୍ରାୟ ୪ଶହ ଜଣ ପ୍ରାଣ ହରାଇଲେଣି।

ସେହିପରି ଏଣିକି ପ୍ୟାନ କାର୍ଡ ହେବ ପରିଚୟ ପତ୍ର। କେଓ୍ବାଇସି ବ୍ୟବସ୍ଥାକୁ ଅଧିକ ସରଳୀକରଣ କରାଯିବ। ଡିଜି ଲକରର ବ୍ୟବହାର ବଢ଼ାଯିବ। ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି ପାଇଁ ୩ଟି ସେଣ୍ଟର ଅଫ୍ ଏକ୍ସିଲେନ୍ସ ପ୍ରତିଷ୍ଠା କରାଯିବ। ଫାଇଭ୍-ଜି ବିକାଶ ପାଇଁ ଇଂଜିନିୟରିଂ ଇନଷ୍ଟିଚ୍ୟୁଟରେ ଶହେ ଲ୍ୟାବ ପ୍ରତିଷ୍ଠା ହେବ। ୩ବର୍ଷ ପାଇଁ ୪୭ଲକ୍ଷ ଯୁବକଙ୍କୁ ଡିବିଟି ସ୍କିମରେ ଭତ୍ତା ଦିଆଯିବ। କ୍ରେଡିଟ୍ ଗ୍ୟାରେଣ୍ଟି ଯୋଜନା ପାଇଁ ୯ହଜାର କୋଟି ରଖାଯାଇଛି ।